fbpx

ବନ୍ଧୁକ ମୁନରେ ବିବାହତା ମହିଳାଙ୍କୁ ଗ୍ୟାଙ୍ଗ ରେପ୍

ଯୋଧପୁର, ୨୬ା୨: ରାଜସ୍ଥାନରେ ଯୋଧପୁର ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ମହିଳାଙ୍କୁ ଗ୍ୟାଙ୍ଗ ରେପ୍ କରାଯାଇଛି । ଏନେଇ ଚାରି ଜଣଙ୍କ ନାମରେ ଅଭିଯୋଗ ଦାୟର ହୋଇଛି । ଅଭିଯୁକ୍ତମାନେ ମହିଳାଙ୍କୁ ଜୟପୁରରୁ ଦିଲ୍ଲୀ ଅପହରଣ କରି ଏହି କୁକାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି ।

ପୋଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ମହିଳାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଲୋକ ବନ୍ଧୁକ ଦ୍ୱାରା ଡରାଇ ଅପହରଣ କରି ନେଇଥିଲେ । ପରେ ସେମାନେ ସମସ୍ତେ ମିଶି ମହିଳାଙ୍କ ସହ ଦୁର୍ଷ୍କମ କରିବା ସହ ଭିଡିଓ ଉତ୍ତୋଳନ କରିଥିଲେ । ମହିଳାଙ୍କ ନିଖୋଜ ଖବର ଶୁଣି ପରିବାର ଲୋକେ ପାଖପଡ଼ୋଶୀଙ୍କୁ ପଚରା ଉଚରା କରି ଶେଷରେ ମହିଳାଙ୍କୁ ଉଦ୍ଧାର କରିଥିଲେ । ତେବେ ମହିଳା ଜଣକ ବିବାହିତ ହୋଇଥିଲେ ମଧ୍ୟ ନିଜ ପତିଙ୍କ ଠାରୁ ଅଲଗା ରହୁଥିବା ପୋଲିସ ସୂତ୍ରରୁ ପ୍ରକାଶ । ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.