fbpx

ପୁଣି ଝଟକା! ପେଟ୍ରୋଲ ପରେ ମହଙ୍ଗା ହେବ କ୍ଷୀର, ୧ ମାର୍ଚ୍ଚରୁ ବଢିପାରେ ରେଟ୍

ନୂଆଦିଲ୍ଲୀ, ୨୬ ।୨: ନୂଆ ବଜେଟ୍ ଆସିବା ପରେ ପେଟ୍ରୋଲ ଏବଂ ଡିଜେଲ ଦାମ୍ ବଢିବାରେ ଲାଗିଛି । ଗୋଟିଏ ପଟେ ପେଟ୍ରୋଲ-ଡିଜେଲ ଆକାଶଛୁଆଁ ହୋଇଥିବା ବେଳେ ଅନ୍ୟ ପଟେ କ୍ଷୀର ମୂଲ୍ୟ ବଢିବାକୁ ଯାଉଛି ।

ଏହାଦ୍ୱାରା ସାଧାରଣ ଲୋକଙ୍କୁ ଆଉ ଏକ ବଡ ଝଟକା ଲାଗିବ । କ୍ଷୀର ଦର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କ୍ଷୀର ଉତ୍ପାଦନକାରୀମାନେ ଦାବି କରିଛନ୍ତି ଯେ, ଦାମୀ ପେଟ୍ରୋଲ ଏବଂ ଡିଜେଲ ଯୋଗୁଁ ସେମାନଙ୍କର ଆର୍ଥିକ ଅବସ୍ଥା ବିଗିଡି ଯାଇଛି । ସେଥିପାଇଁ କ୍ଷୀରର ମୂଲ୍ୟ ଲିଟରକୁ ୫୫ ଟଙ୍କା ବୃଦ୍ଧି କରାଯାଉ ।

ମଧ୍ୟପ୍ରଦେଶର ରତଲାମରେ କିଛି ଗାଁର ଉତ୍ପାଦକମାନେ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ରତଲାମ କ୍ଷୀର ଉତ୍ପାଦକ ସଂଘ ଅନୁଯାୟୀ ମଙ୍ଗଳବାର ଦିନ ୨୫ ଟି ଗାଁର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ଷୀରର ମୂଲ୍ୟ ବୃଦ୍ଧି କରିବାକୁ ସହମତି ପ୍ରକାଶ ପାଇଥିଲା । ୧ ମାର୍ଚ୍ଚ ଠାରୁ କ୍ଷୀର ମୂଲ୍ୟ ବୃଦ୍ଧି ପାଇବ ।

ତେବେ କ୍ଷୀର ଉତ୍ପାଦକମାନେ ମଧ୍ୟ ଗତ ବର୍ଷ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଥିଲେ, କିନ୍ତୁ କରୋନା ଭାଇରସ୍ କାରଣରୁ ମୂଲ୍ୟ ବୃଦ୍ଧି ହୋଇନଥିଲା । ଏହି କାରଣ ହେଉଛି କ୍ଷୀର ଉତ୍ପାଦକମାନେ ୨ ବର୍ଷ ପୂର୍ବେ ବିକ୍ରୟ କରୁଥିବା ସମାନ ମୂଲ୍ୟରେ କ୍ଷୀର ବିକ୍ରି କରୁଛନ୍ତି । ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଲିଟର ପିଛା କ୍ଷୀର ୪୩ ଟଙ୍କା ମିଳୁଛି । ଏବେ ଏହାର ମୂଲ୍ୟ ଲିଟର ପିଛା ୧୨ ରୁ ୫୫ ଟଙ୍କାକୁ ବୃଦ୍ଧି କରାଯିବ ।

Get real time updates directly on you device, subscribe now.