fbpx

ରେଳ ଷ୍ଟେସନରେ ହେବ ସ୍କ୍ରିନିଂ ସେଣ୍ଟର

ଭୁବନେଶ୍ୱର, ୨୬ ।୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସୁଦ୍ଧା ରେଳ ଷ୍ଟେସନରେ ସ୍କ୍ରିନିଂ ସେଣ୍ଟର ଖୋଲାଯିବ । ଭୁବନେଶ୍ୱର ରେଳ ଷ୍ଟେସନରେ ୩ରୁ ୪ଟି ସ୍କ୍ରିନିଂ ସେଣ୍ଟର ହେବ । ଲକ୍ଷଣ ଆସିଲେ ଷ୍ଟେସନରେ ଆଣ୍ଟିଜେନ୍ ଟେଷ୍ଟ ହେବ । ୧୨ଟି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି । ଷ୍ଟେସର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ ରହିବ ସ୍କ୍ରିନିଂ ସେଣ୍ଟର । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ତେବେ ରାଜ୍ୟରେ ଆଜି ପୁଣି ୯୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୬ ଓ ସ୍ଥାନୀୟ ଅଞ୍ଚଳରୁ ୩୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୦୧୮ରେ ପହଞ୍ଚିଛି ।

Get real time updates directly on you device, subscribe now.