fbpx

୩ଘଣ୍ଟା ପର୍ଯ୍ୟନ୍ତ କଲେ ଗୋଷ୍ଠୀ ବଳତ୍କାର, ଯମୁନା ଏକ୍ସପ୍ରେସ ରାସ୍ତାରେ ଯନ୍ତ୍ରଣାର ଶିକାର ହେଲେ ଯୁବତୀ

ଆଗ୍ରା: ଦେଶରେ ନାରୀ ମାନଙ୍କ ପାଇଁ ଅନେକ ସୁରକ୍ଷା ରହିଥିଲେ ମଧ୍ୟ ନାରୀମାନେ ବଳତ୍କାରର ଶିକାର ହେଉଛନ୍ତି । ଏପରି ଅନେକ ଘଟଣା ସାମ୍ନାକୁ ଆସି ସମାଧାନ ହୋଇନଥିବା ବେଳେ ବର୍ତ୍ତମାନ ଅନ୍ୟ ଏକ ଘଟଣା ନୂଆଦିଲ୍ଲୀ ରେ ଦେଖିବାକୁ ମିଳିଛି । ଜଣେ ମହିଳା ନୋଏଡାରୁ ଆଗ୍ରା ଏକ କ୍ୟାବରେ ଯାଉଥିବା ସମୟରେ ଏପରି ଯନ୍ତ୍ରଣାଦାୟକ ଘଟଣା ଘଟିଛି । ଯମୁନା ଏକ୍ସପ୍ରେସ ରାସ୍ତାରେ ଗାଡ଼ି ଠିଆ କରି ଡ୍ରାଇଭର ଏବଂ ଅନ୍ୟାନ୍ୟ ଲୋକେ ମିଶି ଗ୍ୟାଙ୍ଗ ରେପ୍ କରିଛନ୍ତି । ପିଡ଼ିତା ଘରକୁ ନଯାଇ ସିଧା ପୋଲିସ ଷ୍ଟେସନରେ ଅଭିଯୋଗ କରିଛି ।

ସୂଚନା ଅନୁଯାୟୀ, ମହିଳା ଜଣକ ରାତି ୮.୩୦ରେ ସେକ୍ଟର ୩୭ ରୁ ଏକ ଗାଡ଼ିରେ ବସିଥିଲେ ନିଜ ଘରକୁ ଯିବା ପାଇଁ । ସେହି ଗାଡ଼ିରେ ଅନ୍ୟ ୬ଜଣ ମଧ୍ୟ ଯାତ୍ରୀ ଥିଲେ । ସେଥିରୁ ଜଣେ ମଥୁରା, ଦୁଇଜଣ ଆଗ୍ରା, ଏବଂ ଅନ୍ୟମାନେ ଫିରୋଜାବାଦରେ ଓହ୍ଲାଇ ପଡ଼ିଥିଲେ । ଏହାପରେ ଡ୍ରାଇଭର କୁଆଡ଼େ ଯିବ ବୋଲି ପଚାରିଥିଲେ ମହିଳାଙ୍କୁ । ମହିଳା ବିଧୂନା ଯିବେ ବୋଲି କହିଥିଲେ । ଟାକ୍ସି ଚାଳକ କହିଲା ମୁଁ ଔରେୟା ଯାଉଛି ସେଠାରେ ତୁମକୁ ଛାଡ଼ିଦେବି । ଗାଡ଼ି ଚାଳକ ପୁଣି ଗାଡ଼ି ପଛକୁ ଫେରାଇ ଆଗ୍ରା ଆଡ଼କୁ ନେଲା ।

ପୀଡ଼ିତା ଜଣକ କହିଛନ୍ତି ତାଙ୍କୁ ରାସ୍ତା ଜଣା ନଥିଲା, ସେଥିପାଇଁ ଗାଡ଼ି କୁଆଡ଼େ ଗଲା କି ନାହିଁ ତାହା ସେ ଜାଣିପାରିଲେ ନାହିଁ । ମହିଳାଙ୍କ କହିବା ଅନୁସାରେ, କୁବେରପୁର ରାସ୍ତାରୁ ରାମୀ ରାସ୍ତା ଉପରେ ପହଁଚି ଗଲା ଏହାପରେ ଡ୍ରାଇଭର ନିଜର ୨ସାଙ୍ଗଙ୍କୁ ସେଠାକୁ ଡାକିଦେଲା । ସେଠାରେ ମହିଳାଙ୍କୁ ୩ଜଣ ରାତି ୧ଟାରୁ ୪ଟା ପର୍ଯ୍ୟନ୍ତ ଜଣ ଜଣ କରି ରେପ କରିଥିଲେ । ଏହାପରେ ତାଙ୍କୁ ଏକ ଅଟୋରେ ବସାଇ ଫିରୋଜାବାଦ ପଠାଇ ଦେଇଥିଲେ ।

ଫିରୋଜାବାଦରେ ମହିଳା ପହଁଚିଲା ପରେ ନିଜର ସାହସ ଦେଖାଇ ସକାଳ ୭ଟାରେ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଥିଲେ । ପୋଲିସ ଏହି ଘଟଣାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପିଡ଼ିତାଙ୍କ କଥା ଶିଣିବା ପରେ ପୋଲିସ ସିସିଟିଭି ଫୁଟେଜ ବାହାର କରିଥିଲା । ଏହାପରେ ସଫାସଫା ପ୍ରମାଣ ହୋଇଯାଇଥିଲା ସେଠାରେ ମହିଳାଙ୍କ ସହ ଏପରି ହୋଇଛି । ଗାଡ଼ିର ପତ୍ତା ମିଳିଲା ପରେ ପୋଲିସ ଅନ୍ୟସବୁ ତଥ୍ୟ ସଂଗ୍ରହ କରିଥିଲା ।

ତଥ୍ୟ ସଂଗ୍ରହ ପରେ ପୋଲିସ ଏତ୍ମାଦପୁର ଗାଁରେ ରସୁଲାପୁରରେ ରହୁଥିବା ଡ୍ରାଇଭର ଜୟବୀର, ହେମନ୍ତ ଉର୍କ ଟିଟୁ ଏବଂ ଫୁଲ ସିଂହଙ୍କୁ ଗିରଫ କରିଛି । ଏହି ଘଟଣାରେ ବ୍ୟବହୃତ ଇକୋ ଗାଡ଼ିକୁ ପୋଲିସ ସିଜ କରିଛି ଏବଂ ଆରୋପୀଙ୍କୁ ଜେଲ ପଠାଯାଇଛି ।

Get real time updates directly on you device, subscribe now.