fbpx

ଠପ୍ ହେଲା ଟ୍ୱିଟର: ମାସକ ମଧ୍ୟରେ ୨ ଥର ଡାଉନ୍, ଲଗ୍ ଇନ୍ କରିପାରୁ ନାହାଁନ୍ତି ଲୋକ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଆଜି (ଗୁରୁବାର) ସକାଳେ ପୁଣି ଡାଉନ୍ ହୋଇଯାଇଛି । ଏହି କାରଣରୁ ହଜାର ହଜାର ଉପଭୋକ୍ତା ସମସ୍ୟାରେ ପଡ଼ିଛନ୍ତି । ଆଉଟେଜ୍ ଟ୍ରାକିଂ ୱେବସାଇଟ୍ downdetector.com ଅନୁଯାୟୀ, ଉପଭୋକ୍ତାମାନେ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ୱେବ୍ ସଂସ୍କରଣରେ ଏଣ୍ଟ୍ରି କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ସହ ନୋଟିଫିକେସନ୍ ମଧ୍ୟ କାମ କରୁନଥିବା କେତେକ ଲୋକ ଅଭିଯୋଗ କରିଛନ୍ତି ।

ଏକ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା, ଯେତେବେଳେ ଟ୍ୱିଟର ଠପ୍ ହୋଇଛି । ଏହାପୂର୍ବରୁ, ଡିସେମ୍ବର ୧୧ ସନ୍ଧ୍ୟାରେ ଟ୍ୱିଟର କାମ କରିବା ବନ୍ଦ ହୋଇଥିଲା । ଭାରତୀୟ ସମୟ ଅନୁସାରେ, ଆଜି ସକାଳ ପ୍ରାୟ ୬.୦୫ ସମୟରେ ଡାଉନଡିଟେକ୍ଟର କହିବା ମୁତାବକ, ୧୦ ହଜାରରୁ ଅଧିକ ଲୋକ ଟ୍ୱିଟରରେ ଲଗ୍ ଇନ୍ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଡାଉନ ଡିଟେକ୍ଟର ଏକ ଟ୍ୱିଟରେ କହିଛି ଯେ, ଉପଯୋଗକର୍ତ୍ତା ରିପୋର୍ଟରୁ ସଙ୍କେତ ମିଳିଛି କି ଟ୍ୱିଟରକୁ ୭:୧୩ ଇଏସଟିରୁ ସମସ୍ୟା ହେଉଛି ।

ତେବେ ଟ୍ୱିଟର ଡାଉନ୍ ଏପରି ସମୟରେ ହୋଇଛି, ଯେବେ ୨ ମାସ ପୂର୍ବରୁ ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । ଏଲନ ମସ୍କ ଟ୍ୱିଟରର ଡିଲ୍ ପରେ ନିଜ ନିଷ୍ପତ୍ତିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଲଗାତାର ଭାବରେ ଟ୍ୱିଟର ପଲିସିକୁ ପରିବର୍ତ୍ତନ କରୁଛନ୍ତି ।

Get real time updates directly on you device, subscribe now.