ଲରେନ୍ସ ବିଷ୍ଣୋଇଙ୍କୁ ନେଇ ବଡ଼ ଖୁଲାସା, ଜେଲରେ ଥିବା ଗ୍ୟାଙ୍ଗଷ୍ଟରଙ୍କ ସଂପର୍କୀୟ ଭାଇ କହିଦେଲେ ଏହି କଥା

ନୂଆଦିଲ୍ଲୀ: ଲରେନ୍ସ ବିଷ୍ଣୋଇଙ୍କ ସଂପର୍କୀୟ ଭାଇ ଖୁଲାସା କରିଛନ୍ତି ଯେ, ତାଙ୍କ ପରିବାର ଗ୍ୟାଙ୍ଗଷ୍ଟରଙ୍କ ଦେଖାଶୁଣା କରିବା ପାଇଁ ପ୍ରତିବର୍ଷ ୩୫ ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି, କାରଣ ସେ ଜେଲରେ ଅଛନ୍ତି। ଲରେନ୍ସ ବିଷ୍ଣୋଇଙ୍କ ୫୦ ବର୍ଷୀୟ ସଂପର୍କୀୟ ଭାଇ ରମେଶ ବିଷ୍ଣୋଇ ଏହା ମଧ୍ୟ କହିଛନ୍ତି ଯେ, ପରିବାର ଲୋକେ କେବେ ଭାବିନଥିଲେ ଯେ, ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ୩୧ ବର୍ଷୀୟ ଲରେନ୍ସ ବିଷ୍ଣୋଇ ଦିନେ ଅପରାଧୀ ହୋଇଯିବେ। ସେ ଆହୁରି କହିଛନ୍ତି, ‘ଆମେ ସର୍ବଦା ଧନୀ। ଲରେନ୍ସଙ୍କ ବାପା ହରିୟାଣା ପୋଲିସରେ କନେଷ୍ଟବଳ ଥିଲେ ଏବଂ ଆମ ପରିବାର ଗାଁରେ ୧୧୦ ଏକର ଜମିର ମାଲିକ। ଲରେନ୍ସ ସର୍ବଦା ମହଙ୍ଗା ଡ୍ରେସ ଏବଂ ଜୋତା ପିନ୍ଧନ୍ତି। ବାସ୍ତବରେ ଏବେବି, ପରିବାର ଜେଲରେ ତା ଉପରେ ବାର୍ଷିକ ୩୫ ରୁ ୪୦ ଲକ୍ଷ ଖର୍ଚ୍ଚ କରିଥାଏ।

ପଞ୍ଜାବର ଫୋରୋଜପୁରରେ ଜନ୍ମ ନେଇଥିବା ବିଷ୍ଣୋଇ, ଯାହାଙ୍କର ବାସ୍ତବ ନାମ ବଳକରଣ ବରାଡ। ସେ ସ୍କୁଲରେ ନିଜ ଖୁଡିଙ୍କ ପରାମର୍ଶ ପାଇ ପିଲାଦିନର ଗେହ୍ଲା ନାମ ଲରେନ୍ସ ରଖିଥିଲେ। ବର୍ତ୍ତମାନ ତାଙ୍କର ଏହି ନାମ ହାଇପ୍ରୋଫାଇଲ ମାମଲାରେ ସାମ୍ନାକୁ ଆସିଛି। ଲରେନ୍ସଙ୍କ ଗତ ସପ୍ତାହରେ ହୋଇଥିବା ବାବ ସିଦ୍ଦିକିଙ୍କ ହତ୍ୟାରେ ସାମିଲ ଅଛନ୍ତି। ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଲରେନ୍ସ ଗ୍ୟାଙ୍ଗ ସିଦ୍ଦିକିଙ୍କ ହତ୍ୟାର ଦାୟିତ୍ୱ ନେଇଛି।