fbpx

କ୍ୱାରେଣ୍ଟାଇନ ସେଣ୍ଟରରେ ‘ଗଞ୍ଜେଇ’ ପାର୍ଟି, ଏକା ସାଙ୍ଗରେ ୫ ଯୁବକଙ୍କ ଭିଡିଓ ଭାଇରାଲ

କରୋନା ସଙ୍କଟ ମଧ୍ୟରେ ବିହାରର ପ୍ରବାସୀ ଶ୍ରମିକଙ୍କ ଭିନ୍ନ ଭିନ୍ନ କାର୍ଯ୍ୟକଳାପ ଲୋକମାନଙ୍କୁ ଚିନ୍ତାରେ ପକାଉଛି । କ୍ୱାରେଣ୍ଟାଇନରେ ସେଣ୍ଟରରେ ଶ୍ରମିକମାନେ ମଉଜ କରିବାର ନଜର ଆସିଛନ୍ତି । ନିକଟରେ କ୍ୱାରେଣ୍ଟାଇନ ସେଣ୍ଟରରେ ଅଶ୍ଳୀଳ ଡ୍ୟାନ୍ସ ଦେଖିବାକୁ ମିଳିଥିବା ବେଳେ ଏବେ ବିହାରର କାଟିହାରରୁ ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସେହି କ୍ୱାରେଣ୍ଟାଇନକୁ ନିଶାଡିଶ୍ରମିକମାନେ ନିଜର ଆଡ୍ଡା ସ୍ଥାନ କରିଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟର ଭିତରେ ଗଞ୍ଜେଇ ଟାଣୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେବା ପରେ କ୍ୱାରେଣ୍ଟାଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି । କାଟିହାର ଅହମଦାବାଦ ଅଞ୍ଚଳରେ ଥିବା ବେରିୟା ଉଚ୍ଚ ବିଦ୍ୟାଳୟରେ ଲୋକେ ନାଚ ଗୀତ କରିବା ସହ ଗଞ୍ଜେଇ ଟାଣୁଥିବା ଭିଡିଓରେ ନଜର ଆସିଛି । ଏକାସାଙ୍ଗରେ ୫ ଜଣ ଯୁବକଙ୍କ ଭିଡିଓ ଭାଇରାଲ ହୋଇଛି । ତେବେ ସେମାନଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.