fbpx
BJD SKY
BJD SKY

ଚିହ୍ନଟ ହୋଇଥିବା ୭୪ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

BJD

ଭୁବନେଶ୍ୱର, ୨୦ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୭୪କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଗଞ୍ଜାମରେ ଚିହ୍ନଟ ହୋଇଥିବା ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ମହାରାଷ୍ଟ୍ର, ୨ଜଣ ଗୁଜୁରାଟ ଓ ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦାର ବୋଲି ଜଣାପଡ଼ିଛି । ଅନ୍ୟ ୫ଜଣ କ୍ୱାରେଣ୍ଟିନରେ ଥିଲେ । ଖୋର୍ଦ୍ଧାର ୭ଜଣ ଆକ୍ରାନ୍ତ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଗୁଜୁରାଟର, ଜଣେ ପଶ୍ଚିମବଙ୍ଗର ଓ ଜଣେ ସ୍ଥାନୀୟ ବାସିନ୍ଦାର । କଟକର ୯ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ସୁରତ ଫେରନ୍ତା, ୨ଜଣ ମହାରାଷ୍ଟ୍ର ଓ ଜଣେ ତାମିଲନାଡ଼ୁ ଫେରନ୍ତା ଓ ସମସସ୍ତେ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ । ଯାଜପୁରର ସମସ୍ତ ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ପଶ୍ଚିମବଙ୍ଗ, ୨ଗୁଜୁରାଟର ଓ ଜଣେ ମହାରାଷ୍ଟ୍ରର ଓ ସମସ୍ତେ କ୍ୱାରେଣ୍ଟିନରେ ଥିଲେ । ଢ଼େଙ୍କାନାଳର ଜଣେ ଆକ୍ରାନ୍ତ ତାମିଲନାଡ଼ୁ ଫେରନ୍ତା ଓ କ୍ୱାରେଣ୍ଟିନରେ ଥିଲେ । କନ୍ଧମାଳର ଜଣେ ଆକ୍ରାନ୍ତ କେରଳ ଫେରନ୍ତା ଓ କ୍ୱାରେଣ୍ଟିନରେ ଥିଲେ । ବୌଦ୍ଧର ୨୮ଆକ୍ରାନ୍ତଙ୍କ ମଧ୍ୟରୁ ୨୦ଜଣ ଗୁଜୁରାଟ ଫେରନ୍ତା, ୫ଆନ୍ଧ୍ରରୁ, ୨ତେଲେଙ୍ଗାନା ଓ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି । ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟିନରେ ଥିଲେ । ମାଲକାନଗିରିରେ ଚିହ୍ନଟ ହୋଇଥିବା ୨ଆକ୍ରାନ୍ତ ତାମିଲନାଡ଼ୁ ଫେରନ୍ତା ଓ କ୍ୱାରେଣ୍ଟିନରେ ଥିଲେ । ବାଲେଶ୍ୱରର ଜଣେ ଆକ୍ରାନ୍ତ ସୁରତ ଫେରନ୍ତା ଓ କ୍ୱାରେଣ୍ଟିନରେ ଥିଲେ । କେନ୍ଦ୍ରାପଡ଼ାର ୨ପଜିଟିଭ୍ ଜଣେ ପଶ୍ଚିମବଙ୍ଗ ଓ ଜଣେ ତେଲେଙ୍ଗାନା ଫେରନ୍ତା । ସମସ୍ତେ କ୍ୱାରେଣ୍ଟିନ କେନ୍ଦ୍ରରେ ଥିଲେ । ପୁରୀର ୧୧ଜଣ ଜଣେ ଆନ୍ଦ୍ର, ଜଣେ ତାମିଲନାଡ଼ୁ, ଜଣେ କର୍ଣ୍ଣାଟକ ଓ ୮ଜଣ ଗୁଜୁରାଟ ଫେରନ୍ତା ଓ ସମସ୍ତେ କ୍ୱାରେଣ୍ଟିନରେ ଥିଲେ ।

Get real time updates directly on you device, subscribe now.