fbpx
BJD SKY
BJD SKY

ପୁଣି ସୁନାମ ଆଣିଲା ଓଡ଼ିଶା: ଗଞ୍ଜାମକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା କ୍ରମାଗତ ଭାବେ ଜାତୀୟ ସ୍ତରରେ ତା’ର ସୁନାମ ଅର୍ଜନ କରିଚାଲିଛି । ଗତ ଜାନୁଆରୀ ମାସରେ ଗଞ୍ଜାମ ଜିଲ୍ଲାର ଆସିକା ଥାନା ଭାରତବର୍ଷର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଥିଲା । ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆସିକା ଥାନା ଆଇଆଇସି ଟ୍ରଫି ଗ୍ରହଣ କରିଥିଲେ । ୨୦୨୨ର ବାର୍ଷିକ ରାଙ୍କିଂରେ ଆସିକା ପୋଲିସ ଷ୍ଟେସନ ଦେଶରେ ଟପ ସ୍ଥାନରେ ରହିଥିଲା । ଆଜି ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଗଞ୍ଜାମ ଜିଲ୍ଲାପାଳ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ତେବେ ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲା ପୁଣି ଥରେ ଜାତୀୟସ୍ତରରେ ନିଜର ଚମକ ଦେଖାଇଛି । ଗଞ୍ଜାମ ଜିଲ୍ଲାକୁ ଜାତୀୟ ସ୍ତରରେ ୬ଟି ଶ୍ରେଷ୍ଠ ପୁରସ୍କାର ମିଳିଛି । ଦେଶର ସମସ୍ତ ବ୍ଲକକୁ ପଛରେ ପକାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ କ୍ଷେତ୍ର ହିଞ୍ଜିଳି ଦେଶର ଶ୍ରେଷ୍ଠ ବ୍ଲକ ପଞ୍ଚାୟତର ମାନ୍ୟତା ଲାଭ କରିଛି । ଗତ ୮ ତାରିଖରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ବିକାଶ ପୁରସ୍କାରର ୯ଟି ବିଭାଗରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । ଦେଶର ୬,୬୧୨ଟି ବ୍ଲକ ମଧ୍ୟରେ ହିଞ୍ଜିଳିକାଟୁ ଶ୍ରେଷ୍ଠ ବିବେଚିତ ହୋଇପାରିଛି ।

ଗଞ୍ଜାମକୁ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର, ହିଞ୍ଜିଳିକୁ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ ପୁରସ୍କାର, ହିଞ୍ଜିଳି ବ୍ଲକ କଞ୍ଚୁରୁ ପଞ୍ଚାୟତକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ପୁରସ୍କାର, ଶାସନ ଆମ୍ବଗାଁକୁ ଦ୍ୱିତୀୟ ଶ୍ରେଷ୍ଠ ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ପୁରସ୍କାର, ଭଞ୍ଜନଗର ବ୍ଲକ କୁଲାଡ଼କୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର, ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଉର୍ଜା ସ୍ୱରାଜ ବିକାଶ ପଞ୍ଚାୟତ ପୁରସ୍କାର ମିଳିଛି ।

Get real time updates directly on you device, subscribe now.