fbpx

ଗଣେଷ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ, ୧୮ା୮(ଓଡ଼ିଶା ଭାସ୍କର): ଟ୍ୱିନ ସିଟିରେ ଗଣେଷ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କଣ୍ଟେନମେଣ୍ଟ ଜୋନ ବାଦ୍ ଅନ୍ୟ ସବୁଠାରେ ପୂଜା ପାଇଁ ଅନୁମତି ଦେବା ପାଇଁ ଆବେଦନ ହୋଇଛି । ପୂଜା ସମୟରେ ଆୟୋଜକ ମାନେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବେ । ଧର୍ମୀୟ ପରମ୍ପରା ପାଳିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର ଓ ପୂଜା ପାଇଁ ଅନୁମତି ଦିଆଯାଉ ବୋଲି ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆଇନଜୀବୀ ବିଭୂତିଭୂଷଣ ଚୌଧୁରୀଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ହୋଇଥିବା ସୂଚନା ମିଳିଛି ।

ପୂର୍ବରୁ ଟ୍ୱିନ ସିଟିର କୌଣସି ମଣ୍ଡପରେ ଗଣେଷ ପୂଜା ପାଇଁ କୌଣସି ପ୍ରକାର ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।

Get real time updates directly on you device, subscribe now.