fbpx

କେବଳ ନିଜ ରାଜ୍ୟର ଲୋକଙ୍କୁ ମିଳିବ ସରକାରୀ ଚାକିରି

ଭୋପାଳ,୧୮ ।୮: ମଧ୍ୟପ୍ରଦେଶ ସରକାରଙ୍କ ସମସ୍ତ ଚାକିରି ଏବେ ରାଜ୍ୟବାସୀଙ୍କ ପାଇଁ ସଂରକ୍ଷିତ ହୋଇ ରହିବ । ଏହି ଘୋଷଣା ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଏଥିପାଇଁ ଆବଶ୍ୟଗତ ଆଇନ ଖୁବଶୀଘ୍ର ପରିବର୍ତ୍ତନ କରାଯିବ ।’

ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି ଯେ, ‘ ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ଏହିୀ ନିଷ୍ପତ୍ତି ନେଇଛୁ ଯେ ମଧ୍ୟପ୍ରଦେଶରେ ସରକାରୀ ଚାକିରି କେବଳ ମଧ୍ୟପ୍ରଦେଶର ପିଲା ହିଁ କରିବେ । ଏଥିପାଇଁ ଆବଶ୍ୟକ ଆଇନଗତ ବ୍ୟବସ୍ଥା କରାଯାଉଛି । ରାଜ୍ୟର ସମ୍ବଳ ଉପରେ କେବଳ ରାଜ୍ୟର ପିଲାମାନଙ୍କର ହିଁ ଅଧିକାର ରହିଛି ।

ତେବେ ରାଜ୍ୟର ୨୭ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବାକୁ ଯାଉଛି । ଏନେଇ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ ବହୁ ଲୋପ୍ରିୟ ଘୋଷଣାମାନ ଘୋଷଣା କରୁଛନ୍ତି ।

Get real time updates directly on you device, subscribe now.