fbpx

ଜାରି ହୋଇଥିବା ଦୁଇ ପୋଲିସଙ୍କ ବଦଳି ନିର୍ଦ୍ଦେଶ ବାତିଲ

ଭୁବନେଶ୍ୱର, ୧୮ା୮(ଓଡ଼ିଶା ଭାସ୍କର): ଗତକାଲି କମିସନରେଟ ପୋଲିସରେ ଅଦଳ ବଦଳ ହୋଇଥିଲା । ମୋଟ ୨୬ ଜଣ ପୋଲିସ ଅଧିକାରୀଙ୍କ ବଦଳି ହୋଇଥିଲା । କିନ୍ତୁ ଆଜି ସେମାନଙ୍କ ମଧ୍ୟରୁ ଦୁଇ ପୋଲିସଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି । କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଓ ଇନସ୍ପେକ୍ଟର ଭରତ ଚରଣ ସାହୁଙ୍କ ବଦଳିକୁ ବାତିଲ କରାଯାଇଥିବା ନେଇ ସୂଚନା ମିଳିଛି । କ୍ୟାପିଟାଲ ଥାନା ପରିବର୍ତ୍ତେ ଲକ୍ଷ୍ମୀସାଗର ଥାନାର ଆଇଆଇସି ହେବେ ଭରତ ।

Get real time updates directly on you device, subscribe now.