fbpx

ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ପ୍ରଥମ ପୋଷ୍ଟର ଲିକ୍

ବାହୁବଳୀ ସୁପରଷ୍ଟାର ପ୍ରଭାସ କେବଳ ସାଉଥ୍ ଇଣ୍ଡଷ୍ଟ୍ରି ନୁହେଁ ବରଂ ସାରା ଭାରତରେ ନିଜର ଜଭରଦସ୍ତ ଅଭିନୟକୁ ନେଇ ପରିଚୟ ସୃଷ୍ଟି କରିଛନ୍ତି । ବାହୁବଳୀ ଓ ସାହୋ ଭଳି ଫିଲ୍ମ ପରେ ପୁଣି ଥରେ ପ୍ରଭାସ ନିଜର ଆଗାମୀ ସିନେମାକୁ ନେଇ ଧମାଲ ସୃଷ୍ଟି କରିବାରେ ଲାଗିଲେଣି । ନିର୍ଦ୍ଦେଶକ ଓମ୍ ରାଉତଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ରେ ଅଭିନୟ କରିବେ ପ୍ରଭାସ । ସୂଚନାଯୋଗ୍ୟ ଯେ ଓମ୍ ରାଉତ ଅଜୟ ଦେବଗନଙ୍କ ସୁପରହିଟ୍ ଫିଲ୍ମ ତାନାଜୀରେ ନିର୍ଦ୍ଦେଶନା ଦେଇଥିଲେ । ପ୍ରଭାସ ଆଦିପୁରୁଷର ପ୍ରଥମ ପୋଷ୍ଟର ନିଜ ଇନଷ୍ଟାଗ୍ରାମ‌ରେ ସେୟାର କରିଛନ୍ତି ।

ଫିଲ୍ମରେ ପ୍ରଭାସ ଆଦିପୁରୁଷ ଭୂମିକାରେ ନଜର ଆସିପାରନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମରେ ପ୍ରଭାସଙ୍କ ଲୁକ୍ ସାମ୍ନାକୁ ଆସିନାହିଁ । ଫିଲ୍ମରେ ଭୂଷଣ କୁମାର ପ୍ରଯୋଜନା ଦେବେ । ଏହି ଫିଲ୍ମ ୨୦୨୨ରେ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ୍ ଓ କନ୍ନଡ଼ ଭାଷାରେ ରିଲିଜ ହେବ ବୋଲି କୁହାଯାଉଛି । ପୋଷ୍ଟର ସେୟାର କରି ପ୍ରଭାସ ଲେଖିଛନ୍ତି ‘ଅଧର୍ମ ଉପରେ ଧର୍ମକୁ ପାଳନ କରୁଛି’ । ଆଦିପୁରୁଷର ପୋଷ୍ଟର ଦେଖିଲେ ଲାଗୁଛି ଯେ, ଏହାର କାହାଣୀ ରାମାୟଣ ସହ ଜଡିତ ହେବ । ଏହି ପୋଷ୍ଟରରେ ଶ୍ରୀ ହନୁମାନ, ୧୦ ମୁଣ୍ଡ ଥିବା ରାବଣ ଓ ପ୍ରଭୁ ରାମ ଧନୁ ଧରିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.