fbpx

ଏକ ସୁସ୍ଥ ଜୀବନ ପାଇଁ ବଗିଚାର ବି ବଡ଼ ଭୂମିକା ରହିଛି: ଆସନ୍ତୁ ଜାଣିବା କିପରି

ଓଡିଶା ଭାସ୍କର: ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଶାନ୍ତି ମିଳିବା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେଣୁ ଏଭଳି ସ୍ଥିତିରେ ଏକ ସୁସ୍ଥ ଜୀବନ ପାଇଁ ଗୋଟିଏ ବଗିଚା ସୃଷ୍ଟି କରିବା ଓ ତା’ର ଯତ୍ନ ନେବା ଆମର ସ୍ୱାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇପାରିବ । ଆପଣମାନେ ନିଜର ଉଦ୍ୟାନରେ କିଛି ସରଳ କାର୍ଯ୍ୟକରିବା ଫଳରେ ଶାନ୍ତି ଲାଗିବା ସହ ବଗିଚାର ପରିବେଶ ଆପଣଙ୍କର ସ୍ୱାସ୍ଥ୍ୟକୁ ପରିବର୍ତ୍ତନ କରିପାରେ । ତେବେ ଆସନ୍ତୁ ଜାଣିବା ବଗିଚା କରିବା ଦ୍ୱାରା ଆମର କ’ଣ ସବୁ ଫାଇଦା ହୋଇଥାଏ ।

୧. ଚାପ ନିୟନ୍ତ୍ରଣ କରେ- ଆପଣ ଯେତେବେଳେ ବଗିଚାରେ କିଛି କାର୍ଯ୍ୟ କରିଥାନ୍ତି ବା ଗଛ ଗୁଡିକର ଯତ୍ନ ନେଇଥାନ୍ତି ସେତେବେଳେ ଆପଣ ଏକ ଚାପମୁକ୍ତ ହୋଇଯିବାର ନିଶ୍ଚିତ ଅନୁଭବ କରିବେ । ଏହା ଆପଣଙ୍କ ଶରୀର ପାଇଁ ଏବଂ ମନ ପାଇଁ ଲାଭଦାୟକ ଅଟେ । ନିଜର ଉଦ୍ୟାନରେ ଗଛ ଲଗାଇବା, ଘାସ ବାଛିବା, ପାଣି ଦେବା ଭଳି କାର୍ଯ୍ୟ କଲେ ଶରୀର ଫୁର୍ତ୍ତି ସହ ମନକୁ ଶାନ୍ତି ମିଳେ ଏହା ଚାପ ହ୍ରାସ କରିବାରେ ସାହାର୍ଯ୍ୟ କରେ ।

୨. ମନୋବଳ ଦୃଢ କରେ – ଯେଉଁମାନେ ଉଦ୍ୟାନରେ ପ୍ରତ୍ୟେକ ଦିନ କିଛି ନା କିଛି କାର୍ଯ୍ୟ କରିଥାନ୍ତି, ସେମାନେ ଅନ୍ୟମାନଙ୍କ ତୁଳନାରେ ଶାନ୍ତି ପାଇବା ସହ ସେମାନଙ୍କର ମନୋବଳ ବେଶ ଦୃଢ ଦେଖିବାକୁ ମିଳିଥାଏ । ଏକ ମନୋବିଜ୍ଞାନୀ ସଂସ୍ଥା ସର୍ଭେ ରିପୋର୍ଟ ଅନୁସାରେ, ଅଫିସରେ କମ୍ପ୍ୟୁଟର ବ୍ୟବହାର କରୁଥିବା ଲୋକମାନଙ୍କ ଅପେକ୍ଷା ଉଦ୍ଭିଦ ସହ ବା ପ୍ରକୃତି ସହ ଜଡିତ ରହୁଥିବା ଲୋକମାନଙ୍କୁ ଅଧିକ ମାନସିକ ଶାନ୍ତି ମିଳିଥାଏ ।

୩. ମାନସିକ ସୁସ୍ଥତା ବଜାୟ ରଖେ – ମେଡିସିନ କମ୍ପେ୍ଲମେଣ୍ଟାରି ଥେରାପି ଦ୍ୱାରା ୨୦୨୪ରେ ପ୍ରକାଶିତ ଏକ ପତ୍ରିକାରେ ଅନୁସନ୍ଧାନକାରୀ ଗବେଷକମାନେ କହିଛନ୍ତି ଯେ, ଯେଉଁମାନଙ୍କର ମାନସିକ ସ୍ୱାସ୍ଥ୍ୟ ରୋଗ ରହିଛି, ସେମାନେ ଯଦି ଉଦ୍ୟାନରେ ବୃକ୍ଷ ରୋପଣ କରିବା , ପାଣି ଦେବା ଭଳି ହାଲୁକା କାର୍ଯ୍ୟ କରିଥାନ୍ତି, ତେବେ ସେମାନଙ୍କର ମାନସିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

୪. ବ୍ୟାୟାମ କରିବା – ଉଦ୍ୟାନରେ ଦୈନିକ କାର୍ଯ୍ୟ କରିବା ଦ୍ୱାରା ହାଲୁକା ବ୍ୟାୟାମ ହୋଇଥାଏ । ବଗିଚାରେ ଖୋଳିବା, ଅନ୍ୟାନ ଜଙ୍ଗଲୀ ଗଛ ବାଛିବା ଦ୍ୱାରା ମଧ୍ୟ ବ୍ୟାୟାମ ହୋଇଯାଇଥାଏ । ଏହା ଆମ ଶରୀରକୁ ଫିଟ୍ ରଖିଥାଏ ।

Get real time updates directly on you device, subscribe now.