fbpx

ବଡ଼ ଖବର: ନଭେମ୍ବର ଶେଷ ଯାଏଁ ବୃଦ୍ଧି ପାଇଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା

ନୂଆଦିଲ୍ଲୀ, ୩୦ା୬: ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହାମାରୀ କରୋନା ବିରୋଧରେ ଲଢ଼େଇ ଜାରି ରହିଛି ବୋଲି ସେ କହିଛନ୍ତି । ଏହାରି ଭିତରେ ଆମେ ଅନଲକ ୨.୦ରେ ପହଞ୍ଚିଛେ । ଅନଲକ ୨ ସମୟରେ ଥଣ୍ଡା, କାଶ ଓ ଜ୍ୱର ବେଶୀ ହେବାର ଆଶଙ୍କା ରହିଛି । ତେଣୁ ବର୍ଷା ଋତୁରେ ଦେଶବାସୀଙ୍କୁ ଅଧିକ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କାରଣ ଅନଲକ ପର୍ଯ୍ୟାୟରେ ବେପରୱା ହୋଇଯାଇଛେ । କରୋନା ବିରୋଧରେ ବେପରୱା ହେଲେ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ମୋଦୀ କହିଛନ୍ତି । କରୋନା ବିରୋଧରେ ଏବେ ସତର୍କ ରହିବା ଜରୁରୀ । ଅବରୋଧ ଅଞ୍ଚଳ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ । ଯେଉଁମାନେ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ବୁଝାଇବାକୁ ପଡ଼ିବ । ଗାଁର ମୁଖିଆ ହେଉ ବା ଦେଶର ପ୍ରଧାନମନ୍ତ୍ରୀ, କେହି ନିୟମ ଉପରେ ନୁହେଁ । ଅନ୍ୟ ଦେଶ ତୁଳନାରେ କରୋନା ମୃତ୍ୟୁ ହାର ଭାରତରେ ନିୟନ୍ତ୍ରିତ ରହିଛ ବୋଲି ସେ କହିଛନ୍ତି ।

ଏହାସହିତ ଏକ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବିସ୍ତାର କରାଯାଇଛି । ନଭେମ୍ବର ମାସ ଯାଏଁ ଯୋଜନାକୁ ବିସ୍ତାର କରାଯାଇଛି । ଏହି ୫ମାସ ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ମିଳିବ । ୫କେଜି ଚାଉଳ କିମ୍ବା ଗହମ ମାଗଣା ବଣ୍ଟନ କରାଯିବ । ଏଥିରେ ୯୦ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ପୂର୍ବ ଖର୍ଚ୍ଚ ମିଶାଇଲେ ପ୍ରାୟ ଦେଢ଼ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ଼ର ବ୍ୟବସ୍ଥା ହୋଇଛି ।

Get real time updates directly on you device, subscribe now.