fbpx

୩ ବର୍ଷର ଝିଅ ସହ ମହାନଦୀକୁ ଡେଇଁପଡିଲେ ମହିଳା! ବ୍ରିଜରୁ ମିଳିଛି କେବଳ ସ୍କୁଟି ଓ ହଳେ ଚପଲ

୩ ବର୍ଷର ଝିଅ ସହ ମହିଳାଙ୍କ ରହସ୍ୟଜନକ ଭାବେ ନିଖୋଜ ହେବା ଘଟଣା ଧମା ଥାନା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ମା’-ଝିଅଙ୍କର ନିଖୋଜ ଖବର ଆସିବା ପରେ ମହାନଦୀ ବିଜ ଉପରୁ ସେମାନଙ୍କ ସ୍କୁଟି ଓ ଚପଲ ମିଳିବା ଲୋକଙ୍କ ସନ୍ଦେହ ଘେରରେ ପକାଇଦେଇଛି । କାଳେ ବିଜ ଉପରେ ସ୍କୁଟି ରଖିନେଇ ମା-ଝିଅ ମହାନଦୀକୁ ଡେଇଁ ଆକ୍ରହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏନେଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ବି ଜଳର ସ୍ରୋତରେ ସେମାନଙ୍କୁ ପାଇବା କାଠିକର ପାଠ ହୋଇଛି ।

ସୂଚନା ମିଳିଛି ଯେ, ପୂଜା ଅଗ୍ରୱାଲ ନାମକ ଜଣେ ମହିଳା ଗତ କିଛି ଦିନ ତଳେ ନିଜ ଶାଶୁ ଘରୁ ବାପଘରକୁ ଆସିଥିଲେ । ଗତକାଲି ଅର୍ଥାତ୍ ସୋମବାର ଦିନ ୧୨ଟା ସମୟରେ ପୂଜା ନିଜର ୩ ବର୍ଷର ଝିଅକୁ ଧରି ବଜାର ବାହାରିଥିଲେ, କିନ୍ତୁ ଆଉ ଫେରିନଥିଲେ । ଅଧିକ ସମୟ ଧରି ଝିଅ ନ ଫେରିବାରୁ ପରିବାର ଲୋକଙ୍କ ଦ୍ୱାରା ଖୋଜାଖୋଜି ଆରମ୍ଭ ହୋଇଥିଲା । ଏହି ସମୟରେ ଟାଉନ ଥାନା ଅନ୍ତର୍ଗତ ମହାନଦୀ ଚାଉଁରପୁର ସେତୁ ଉପରେ ତରାଙ୍କର ସ୍କୁଟି ଓ ଗୋଟିଏ ଚପଲ ପଡିଥିବାର ଦେଖିଥିଲେ ।

ତେବେ ପୋଲି ଉପରେ ସ୍କୁଟି ରଖି ଝିଅ ସହ ପୂଜା ମହାନଦୀକୁ ଡେଇଁ ପଡିଛନ୍ତି ବୋଲି ଲୋକମାନେ ସନ୍ଦେହ କରୁଛନ୍ତି । ଏନେଇ ପୋଲିସ ଓ ଅଗ୍ନିଶମ ବାହିନୀ ଦ୍ୱାରା ଛାନଭିନ ଚାଲିଛି । କିନ୍ତୁ ହୀରାକୁଦ ଡ୍ୟାମର ୧୨ଟି ଗେଟ ଖୋଲିଥିବାର ପାଣିରେ ପଶି ସନ୍ଧାନ କରିବାକୁ କଷ୍ଟକର ହୋଇପଡିଛି ।

Get real time updates directly on you device, subscribe now.