fbpx

ମୃତ୍ୟୁପରେ ଆପଣ କେଉଁ ରୂପରେ ନେବେ ପରଜନ୍ମ? ଗରୁଡ ପୁରାଣରେ କୁହାଯାଇଛି ଏହି ରହସ୍ୟ

ସନାତନ ଧର୍ମରେ ଜନ୍ମ-ଜନ୍ମାନ୍ତର କଥା କୁହାଯାଇଥାଏ । ଏଥିସହିତ ଏହି ଧର୍ମରେ ଅନେକ ଶାସ୍ତ୍ର, ପୁରାଣ ଅଦି ରହିଛି । ଯେଉଁଥିରେ ଜୀବନର ଅନେକ ରହସ୍ୟ ବିଷୟରେ ଉଲ୍ଲେଖ କରାଯାଇଛି । ତେବେ ଏହି ଶାସ୍ତ୍ର ମାନଙ୍କ ମଧ୍ୟରୁ ଗୋଟିଏ ଶାସ୍ତ୍ର ହେଉଛି ଗରୁଡ ପୁରାଣ । ଏହି ପୁରାଣରେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ସେ କେଉଁ ରୂପରେ ପୁଣି ଜନ୍ମ ନେବ ସେ ବିଷୟରେ ଉଲ୍ଲେଖ ଅଛି । ତେବେ ଏହି ପବିତ୍ର ପୁରାଣ ଅନୁସାରେ ମଣିଷ ଏହି ଜନ୍ମରେ ଯେଉଁଭଳି କର୍ମ କରିଥିବ ତାର ଆର ଜନ୍ମ ସେହିଭଳି ହେବ ବୋଲି ଉଲ୍ଲେଖ ଅଛି  । ବର୍ତ୍ତମାନ ଆସନ୍ତୁ ଜାଣିବା ମଣିଷ ମୃତ୍ୟୁପରେ ଆର ଜନ୍ମରେ କେଉଁ ରୂପ ଧାରଣ କରିବ ।

ଏହି ଲୋକ ପାଆନ୍ତି ପଶୁ ଜନ୍ମ: ଗରୁଡ ପୁରାଣ ଅନୁଯାୟୀ, ଯେଉଁ ଲୋକମାନେ ଏ ଜନ୍ମରେ ପଶୁ ଶିକାର କରିଥାନ୍ତି କିମ୍ବା ନିରିହ ପଶୁମାନଙ୍କୁ ହତ୍ୟା କରିଥାନ୍ତି , ସେମାନେ ଆର ଜନ୍ମରେ ପଶୁ ଜନ୍ମ ପାଇଥାନ୍ତି । ଏଥିସହିତ ସେମାନଙ୍କ ମୃତ୍ୟୁ କୌଣସି ଏକ କଂସାଇ ହାତରେ ହୋଇଥାଏ ।

ଏହି ଲୋକମାନେ ପାଆନ୍ତି ସ୍ତ୍ରୀ ଜନ୍ମ: ଯେଉଁ ପୁରୁଷମାନେ ଏ ଜନ୍ମରେ ସ୍ତ୍ରୀ ଲୋକଙ୍କ ପରି ପୋଷାକ ପିନ୍ଧିଥାନ୍ତି କିମ୍ବା ସେହିପରି ଆଚରଣ କରନ୍ତି ସେମାନେ ପରବର୍ତ୍ତୀ ଜନ୍ମରେ ସ୍ତ୍ରୀ ଜନ୍ମ ପାଇଥାନ୍ତି । ତେବେ ଖାସ କରି ଏହି ଜନ୍ମରେ କିନର ଜନ୍ମ ଗ୍ରହଣ କରିଥିବା ଲୋକେ ଆର ଜନ୍ମରେ ସ୍ତ୍ରୀ ରୂପରେ ଜନ୍ମ ହୋଇଥାନ୍ତି ବୋଲି ଗରୁଡ ପୁରାଣରେ ଉଲ୍ଲେଖ ରହିଛି ।

ଏହି ଲୋକମାନେ ପାଆନ୍ତି ନପୁଂସକ ଜନ୍ମ: ଗରୁଡ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷମାନେ ଏହି ଜନ୍ମରେ କୈଣସି ମହିଳାଙ୍କୁ ଯୌନ ଶୋଷଣ କରିଥାନ୍ତି କିମ୍ବା ସେମାନଙ୍କ ସହ ଅବୈଧ ସମ୍ପର୍କ ସ୍ଥାପନ କରିଥାନ୍ତି ସେମାନେ ଆର ଜନ୍ମରେ ନପୁଂସକ ଭାବେ ଜନ୍ମ ହୋଇଥାନ୍ତି । ଏଥିସହିତ ଯେଉଁ ପୁରୁଷମାନେ ମହିଳାମାନଙ୍କୁ ନିର୍ଯାତନା ଦେଇଥାନ୍ତି ସେମାନେ ଆର ଜନ୍ମରେ ଅନେକ ଦୁଃଖ ପାଇଥାନ୍ତି ।

ପେଚା ଜନ୍ମ ପାଆନ୍ତି ଏହି ଲୋକ: ଯେଉଁ ବ୍ୟକ୍ତି ଅନ୍ୟ ସହ ଛଳନା, ହିଂସା , ପ୍ରତାରଣା ଏବଂ ଧୋକା ଆଦି ଦେଇଥାଏ ସେମାନେ ପରବର୍ତ୍ତୀ ଜନ୍ମରେ ପେଚା ହୋଇ ଜନ୍ମ ହୋଇଥାନ୍ତି । ସେହିପରି ମିଛ କଥା କହି ଅନ୍ୟକୁ ଫଶାଉଥିବା ବ୍ୟକ୍ତି ଆର ଜନ୍ମରେ ଅନ୍ଧ ହୋଇ ଜନ୍ମ ହୋଇଥାନ୍ତି ।

ଅନେକ ସମସ୍ୟା ଦେଇ ଗତି କରନ୍ତି ଏହି ବ୍ୟକ୍ତି; ଯେଉଁ ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ବୟସ୍କ କିମ୍ବା ନିଜର ଶିକ୍ଷକଙ୍କ ସହ ଖରାପ ବ୍ୟବହାର କରିଥାନ୍ତି ସେମାନେ ଆର ଜନ୍ମରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

Get real time updates directly on you device, subscribe now.