fbpx

ଘର ତିଆରି ପାଇଁ ଠିକ୍ ସମୟ: ଲୁହା ରଡ ଶସ୍ତା, କିନ୍ତୁ ବଢ଼ିଗଲା ସିମେଣ୍ଟ ମୂଲ୍ୟ ! ଜାଣନ୍ତୁ ଓଡ଼ିଶାରେ କେତେ ଅଛି ରେଟ୍

ନୂଆଦିଲ୍ଲୀ: ଯଦି ଆପଣ ଘର ତିଆରି କରିବାକୁ ଚାହୁଁଛନ୍ତି ଓ ନୂଆବର୍ଷ ପାଇଁ ପ୍ଲାନ୍ କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ । କାରଣ ଏକ ରିପୋର୍ଟ ଅନୁସାରେ, ଆଗାମୀ ଦିନରେ କମ୍ପାନୀଗୁଡ଼ିକ ସିମେଣ୍ଟ ମୂଲ୍ୟ ୧୦ରୁ ୧୫ ଟଙ୍କା ବୃଦ୍ଧି କରିପାରନ୍ତି ବୋଲି ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ଆପଣଙ୍କର ସ୍ୱପ୍ନର ଘର ପ୍ରସ୍ତୁତ କରିବା ପାଇଁ ଏହା ସଠିକ୍ ସମୟ । କାରଣ ଏବେ ଲୁହା ରଡ ଦାମ୍ କମରେ ଚାଲିଛି ।

କେତେ ବଢ଼ିଯିବ ସିମେଣ୍ଟ ମୂଲ୍ୟ?
ବିଜନେସ୍ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ସିମେଣ୍ଟ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି । ଏମ.କେ ଗ୍ଲୋବାଲ ଫାଇନାନସିଆଲ ସର୍ଭିସେସ୍ ଲିମିଟେଡ୍ ଅନୁସାରେ, ଅଗଷ୍ଟ ୨୦୨୨ ରେ ସାରା ଦେଶରେ ସିମେଣ୍ଟ ମୂଲ୍ୟ ୧୬ ଟଙ୍କା ବୃଦ୍ଧି ପାଇଥିବାବେଳେ ଗତ ନଭେମ୍ବରରେ ବୋରି ପିଛା ପ୍ରାୟ ୬-୭ ଟଙ୍କା ବୃଦ୍ଧି ଘଟିଛି । ରିପୋର୍ଟରେ ଏହାର ସମ୍ଭାବନାକୁ ପ୍ରକାଶ କରି କୁହାଯାଇଛି ଯେ ସିମେଣ୍ଟ କମ୍ପାନୀଗୁଡିକ ଚଳିତ ମାସରେ ସାରା ଦେଶରେ ବୋରି ପିଛା ୧୦-୧୫ ଟଙ୍କା ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ।

ପ୍ରମୁଖ ସହରଗୁଡିକରେ ଟିଏମଟି ଷ୍ଟିଲ୍ ବାର୍ ମୂଲ୍ୟ

ସହର (ରାଜ୍ୟ) – ୦୬ ଡିସେମ୍ବର ୨୦୨୨ ।

ରାୟଗଡ (ଛତିଶଗଡ) – ଟନ୍ ପିଛା ୪୭,୦୦୦ ଟଙ୍କା ।
ରାଉରକେଲା (ଓଡିଶା) – ଟନ୍ ପିଛା ୪୮,୦୦୦ ଟଙ୍କା ।
ନାଗପୁର (ମହାରାଷ୍ଟ୍ର) – ଟନ୍ ପିଛା ୪୮,୭୦୦ ଟଙ୍କା ।
ହାଇଦ୍ରାବାଦ (ତେଲେଙ୍ଗାନା) – ଟନ୍ ପିଛା ୫୦,୫୦୦ ।
ଜୟପୁର (ରାଜସ୍ଥାନ) – ଟନ୍ ପିଛା ୫୦,୨୦୦ ଟଙ୍କା ।
ଭାବନଗର (ଗୁଜୁରାଟ) – ଟନ୍ ପିଛା ୫୨,୬୦୦ ।
ଗାଜିଆବାଦ (ୟୁପି) – ଟନ୍ ପିଛା ୪୯,୮୦୦ ଟଙ୍କା ।
ଇନ୍ଦୋର (ମଧ୍ୟପ୍ରଦେଶ) – ଟନ୍ ପିଛା ୫୨,୮୦୦ ଟଙ୍କା ।
ଗୋଆ – ଟନ୍ ପିଛା ୫୧,୩୦୦ ।
ଚେନ୍ନାଇ (ତାମିଲନାଡୁ) – ଟନ୍ ପିଛା ୫୨,୨୦୦ ଟଙ୍କା ।
ଦିଲ୍ଲୀ – ଟନ୍ ପିଛା ୫୧,୫୦୦ ଟଙ୍କା ।
ମୁମ୍ବାଇ (ମହାରାଷ୍ଟ୍ର) – ଟନ୍ ପିଛା ୫୩,୧୦୦ ଟଙ୍କା ।
କାନପୁର (ଉତ୍ତରପ୍ରଦେଶ) – ଟନ୍ ପିଛା ୫୩,୦୦୦ ।
ଜାଲନା (ମହାରାଷ୍ଟ୍ର) – ଟନ୍ ପିଛା ୫୧,୫୦୦ ଟଙ୍କା ।

Get real time updates directly on you device, subscribe now.