fbpx

ଏହି ଅଭ୍ୟାସ ଥିବା ଲୋକ କେବେ ଖୁସିରେ ରହିପାରନ୍ତି ନାହିଁ: ହୋଇଯାଆନ୍ତି କାଙ୍ଗାଳ

ମଣିଷ ଜୀବନରେ ଟଙ୍କା ବହୁତ ଗୁରୁତ୍ୱପୂର୍ଣ୍ଣ । କାହିଁକି ନା, ଏହା ମାଧ୍ୟମରେ ମଣିଷ ସମସ୍ତ ପ୍ରକାରର ସାମଗ୍ରୀ ପ୍ରାପ୍ତ କରିପାରିବ । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଟଙ୍କା ପାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥାଏ । ସେ କଠିନ ପରିଶ୍ରମ କରେ, କିନ୍ତୁ ଚାହୁଁଥିବା ଫଳ ପାଇନଥାଏ । ଗରୁଡ ପୁରାଣ ଅନୁଯାୟୀ ଏହା ପଛର କାରଣ ହେଉଛି ମଣିଷର କର୍ମ । ଜୀବନରେ ସେମାନଙ୍କ ଦ୍ୱାରା କରାଯାଇଥିବା ଭୁଲ ଯୋଗୁଁ ସେମାନଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

– ଆପଣ ଜୀବନରେ ଯେତେ ସଫଳ ହୁଅ କି ବହୁତ ଟଙ୍କା ରୋଜଗାର କର, କିନ୍ତୁ କାହାକୁ ଅପମାନିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ପ୍ରାୟତଃ ଦେଖାଯାଏ ଯେ, ଧନୀ ଲୋକମାନେ ଅନ୍ୟମାନଙ୍କୁ ଅପମାନିତ କରିବାକୁ ଚେଷ୍ଟା କରନ୍ତି । ଗରୁଡ ପୁରାଣଙ୍କ ଅନୁଯାୟ. ଏହା କରିବା ଠିକ୍ ନାହିଁ । ମା’ ଲକ୍ଷ୍ମୀ କ୍ରୋଧିତ ହୋଇ ଏପରି ଲୋକମାନଙ୍କଠାରୁ ଦୂରେଇ ଯାଆନ୍ତି ।

– ଗରୁଡ ପୁରାଣ ଅନୁଯାୟୀ, ଯେଉଁମାନେ ଟଙ୍କା ପାଇଁ ଲୋଭ କରନ୍ତି ସେମାନେ କଦାପି ଖୁସି ହୋଇପାରିବେ ନାହିଁ । ଅନ୍ୟପଟରେ ଯେଉଁମାନେ ଅନ୍ୟମାନଙ୍କର ସମ୍ପତ୍ତି ହାସଲ କରିବାକୁ ଚେଷ୍ଟା କରନ୍ତି, ଏପରି ଲୋକମାନେ କୌଣସି ଜନ୍ମରେ ସନ୍ତୁଷ୍ଟ ହୁଅନ୍ତି ନାହିଁ ।

– ଗରୁଡ ପୁରାଣ ଅନୁଯାୟୀ, ଅନ୍ୟମାନଙ୍କୁ ନିନ୍ଦା କରିବା କିମ୍ବା ସମାଲୋଚନା କରିବା ପାପ । ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି ସର୍ବଦା ନିଜ କାମକୁ ନେଇ ଚିନ୍ତିତ ହେବା ଉଚିତ୍ । ଏପରି ଲୋକମାନେ ଜୀବନରେ ସଫଳ ହୋଇପାରିବେ ନାହିଁ ।

– ଗରୁଡ ପୁରାଣ ଅନୁଯାୟୀ, ଜଣେ ବ୍ୟକ୍ତି ସର୍ବଦା ପରିଷ୍କାର ପୋଷାକ ପିନ୍ଧିବା ସହ ଘରକୁ ସଫା ରଖିବା ଉଚିତ୍ । ମା ଲକ୍ଷ୍ମୀ ଏପରି ଏକ ଘରେ ରୁହନ୍ତି, ଯେଉଁଠାରେ ପରିଷ୍କାର ପରିଚ୍ଛନ୍ନତାର ଧ୍ୟାନ ରଖାଯାଏ ।

– ଦହି ସ୍ୱାସ୍ଥ୍ୟ ପାଇଁ ଭଲ ବିବେଚନା ହୋଇଥାଏ । କିନ୍ତୁ ଗରୁଡ ପୁରାଣ ଅନୁଯାୟୀ, ରାତିରେ ଦହି ଖାଇବା ଉଚିତ୍ ନୁହେଁ । ଏପରି କୁହାଯାଏ ଯେ, ରାତିରେ ଦହି ଖାଇବା ଦ୍ୱାରା ଆୟୁଷ କମିଯାଏ ।

Get real time updates directly on you device, subscribe now.