fbpx
BJD SKY
BJD SKY

ସମ୍ବାଦ ପ୍ରକାଶକମାନଙ୍କୁ ସେମାନଙ୍କ କଣ୍ଟେଣ୍ଟ ପାଇଁ ବଡ଼ ଟେକ୍ କମ୍ପାନୀଗୁଡିକ ଟଙ୍କା ଦେବା ଉଚିତ୍‌: କେନ୍ଦ୍ର ସରକାର

BJD

ନୁଆଦିଲ୍ଲୀ: ବଡ଼ ବଡ଼ ଟେକ୍ କମ୍ପାନୀମାନେ ଭାରତରୁ ଆୟ କରୁଥିବା ରାଜସ୍ୱରୁ ଉଚିତ୍ ପ୍ରାପ୍ୟ ପ୍ରିଣ୍ଟ ନ୍ୟୁଜ୍ ପବ୍ଲିଶର୍ସ ମାନଙ୍କର ଡିଜିଟାଲ ପ୍ଲାର୍ଟଫର୍ମ ଗୁଡ଼ିକୁ ପ୍ରଦାନ କରିବା ଉଚିତ୍। ଡିଜିଟାଲ୍ ନ୍ୟୁଜ୍ ପବ୍ଲିଶର୍ସ ଆସୋସିଏସନ୍‌(ଡିଏନ୍‌ପିଏ)ର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ସୂଚନା ପ୍ରସାରଣ ମନ୍ତ୍ରଳାୟ ସଚିବ ଅପୁର୍ବ ଚନ୍ଦ୍ର ଏହି ପ୍ରସଙ୍ଗକୁ ସାମ୍ବାଦିକତାର ଭବିଶ୍ୟତ ସହିତ ଯୋଡ଼ିଥିଲେ। ସେହିପରି ଇଲେକ୍ଟ୍ରୋନିକ୍ ଏବଂ ଆଇଟି ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଏହି କଥାରେ ନିଜର ସହମତି ଜଣାଇଥିଲେ।

ଦେଶରେ ଛାପା ଏବଂ ଡିଜିଟାଲ ନ୍ୟୁଜ୍ ଇଣ୍ଡଷ୍ଟ୍ରୀର କମଜୋର ଆର୍ଥିକ ସ୍ଥିତିର ଉଦାହରଣ ଦେଇ ଅପୁର୍ବ ଚନ୍ଦ୍ର କହିଥିଲେ ଯେ, ନ୍ୟୁଜ୍ ଇଣ୍ଡଷ୍ଟ୍ରୀର ବିକାଶ ପାଇଁ ଏହା ଜରୁରି ଅଟେ। ସମସ୍ତ ପ୍ରକାଶ ଯେଉଁମାନେ ଅରିଜିନାଲ କଣ୍ଟେଣ୍ଟ କ୍ରିଏଟ୍ କରୁଛନ୍ତି। ତେଣୁ ବଡ଼ ବଡ଼ ଟେକ୍ କମ୍ପାନୀ ଗୁଡ଼ିକର ରାଜସ୍ୱରୁ ଭାଗ ଏମାନଙ୍କୁ ମଧ୍ୟ ମିଳିବା ଆବଶ୍ୟକ। ତାଙ୍କର ଏହି ଇଶାରା ଗୁଗୁଲ୍ ଏବଂ ଫେସ୍‌ବୁକ୍ ଆଡକୁ ଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ ଏବଂ ଅନ୍ୟ ୟୁରୋପିୟ ସଂଘଠନ ବିଭିନ୍ନ ପଦକ୍ଷେପ ନେଇ ଏହା ସୁନିଶ୍ଚିତ କରିଛନ୍ତି କି କ୍ରିଏଟର ଏବଂ ଆଗ୍ରୀଗେଟରଙ୍କ ମଧ୍ୟରେ ରାଜସ୍ୱର ସଠିକ ବଣ୍ଟନ ହେଉ।

ଏହି ଉତ୍ସବରେ ଅଷ୍ଟ୍ରେଲୀୟ ସାଂସଦ ପଲ୍ ଫ୍ଲେଟର ମଧ୍ୟ ଯୋଗ ଦେଇଥିଲେ। ଐତିହାସିକ ନ୍ୟୁଜ୍ ମିଡିଆ ବୁଝାମଣା ସଂକେତ ପ୍ରଚଳନ ହେବାପରେ ସେ ଅଷ୍ଟ୍ରେଲିଆର ଯୋଗାଯୋଗ ମନ୍ତ୍ରୀ ଥିଲେ। ସେ କହିଛନ୍ତି ଯେ ଯେତେବେଳେ ଏହି ନିୟମ ପ୍ରଥମେ ଫେସବୁକ ଏବଂ ଗୁଗୁଲ ସହିତ ସେୟାର କରାଯାଇଥିଲା, ସେତେବେଳେ ସେମାନେ ବହୁ ବିରୋଧର ସମ୍ମୁଖୀନ ହୋଇଥିଲେ। ଗୁଗୁଲ ଅଷ୍ଟ୍ରେଲିଆରେ ସର୍ଚ୍ଚ ସେବା ବନ୍ଦ କରିବାକୁ ଚେତାବନୀ ଦେଇଥିବାବେଳେ ଫେସବୁକ ଅନେକ ଗୁରୁତ୍ୱପୂର୍ଣ୍ଣ ପେଜ୍ ବନ୍ଦ କରିଦେଇଥିଲା।

ଫ୍ଲେଚର କହିଛନ୍ତି ଯେ ଗୁଗୁଲର ଧମକ ପରେ ସେ ମାଇକ୍ରୋସଫ୍ଟ କାର୍ଯ୍ୟନିର୍ବାହୀମାନଙ୍କ ସହ ସାକ୍ଷାତ କରିଥିଲେ, ଯେଉଁମାନେ ବିଙ୍ଗ (ମାଇକ୍ରୋସଫ୍ଟର ସର୍ଚ୍ଚ ଇଞ୍ଜିନ୍) କୁ ଅଷ୍ଟ୍ରେଲିଆକୁ ବିସ୍ତାର କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏହା ପରେ ଗୁଗୁଲରୁ କୌଣସି ବିପଦ ଆସି ନଥିଲା। ଏଥି ସହିତ, ଫେସବୁକ୍ ପାଇଁ ପେଜ୍ ବନ୍ଦ କରିବା ଭାରୀ ପଡିଥିଲା। ତେବେ ଏହି ନିୟମ ପାରିତ ହେବା ପରଠାରୁ ଉଭୟ ଗୁଗୁଲ ଏବଂ ଫେସବୁକ୍ ନ୍ୟୁଜ୍ ମିଡିଆ ସହିତ ବ୍ୟବସାୟିକ ଚୁକ୍ତି କରିଛନ୍ତି। ଏହାପରଠୁ କଣ୍ଟେଣ୍ଟ ବଦଳରେ କ୍ରିଏଟର ମାନଙ୍କୁ ଟଙ୍କା ଦିଆଯାଉଛି।

 

Get real time updates directly on you device, subscribe now.