fbpx

ରାୟପୁରରେ ବିଜୟ ସହିତ ସିରିଜ କବଜା କଲା ଭାରତ, ଦ୍ୱତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୮ ୱିକେଟ୍‌ରେ ହରାଇଲା

ରାୟପୁର: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୮ ୱିକେଟ୍‌ରେ ବିଜୟ ହାସଲ କରିଛି । ରାୟପୁରରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ ଜିତିବା ସହ ଭାରତ ୨-୦ରେ ସିରିଜ ଉପରେ କବଜା କରିଛି । ଅଧିନାୟକ ରୋହିତ ଶର୍ମା ଟାସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ମହମ୍ମଦ ଶାମୀଙ୍କ ନେତୃତ୍ୱରେ ଭାରତୀୟ ବୋଲିଂ ଟିମ୍ ନ୍ୟୁଜିଲାଣ୍ଡକୁ ମାତ୍ର ୧୦୮ରନ୍‌ରେ ସିମିତ ରଖିଥିଲେ ।

ଜବାବରେ ୧୦୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୮ ଉଇକେଟ୍ ହରାଇ ମ୍ୟାଚ୍ ନିଜ ନାଁରେ କରି ନେଇଥିଲା। ରୋହିତ ଶର୍ମା ୫୦ ଟି ବଲରେ ୫୧ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ, ଯେଉଁଥିରେ ୭ ଚୌକା ଓ ୨ ଛକା ସାମିଲ ଥିଲା। ଇନ-ଫର୍ମ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ ଅପରାଜିତ ୪୦ ରନ ସ୍କୋର କରିଥିଲେ। ଭ୍ରମଣକାରୀ ଦଳ ପାଇଁ ମିଚେଲ ସାଣ୍ଟନର୍ ଏବଂ ହେନେରୀ ସିପଲି ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଏହା ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ କବଜା କରିଛି।

ଏହାପୂର୍ବରୁ ଭାରତୀୟ ବୋଲରମାନେ ସେମାନଙ୍କର ଚମତ୍କାର ପ୍ରଦର୍ଶନ କରିଥିଲେ। ଯେଉଁଥିପାଇଁ କିୱି ଦଳ ୩୪.୩ ଓଭରରେ ମାତ୍ର ୧୦୮ ରନ୍ ସ୍କୋର କରିବା ପରେ ଅଲ ଆଉଟ୍ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରି ନଥିଲେ ଏବଂ ୩୬ ରନ୍ ସ୍କୋର କରିଥିବା ଗ୍ଲେନ୍ ଫିଲିପ୍ସ ସେମାନଙ୍କ ଶ୍ରେଷ୍ଠ ସ୍କୋରର ହୋଇଥିଲେ। ମହମ୍ମଦ ଶାମି ଭାରତ ପାଇଁ ତିନୋଟି ୱିକେଟ୍ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୱାଶିଂଟନ୍ ସୁନ୍ଦର ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପୂର୍ବରୁ ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୧୨ ରନ୍‌ରେ ବିଜୟୀ ହୋଇଥିଲା।

Get real time updates directly on you device, subscribe now.