fbpx

HPCLରେ ଗ୍ୟାସ ଲିକ୍; କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ

Advertisement

ନୂଆଦିଲ୍ଲୀ: ଏଚପିସିଏଲର ଏ ଅଏଲ ରିଫାଇନାରୀ କାରଖାନାରେ ଗ୍ୟାସ ଲିକ୍ ଘଟିଥିବା ବେଳେ ଭୟର ବାତାବରଣ ଖେଳିଯାଇଛି । ବୁଧବାର ବିଶାଖାପଟନମ ସ୍ଥିତ ଏଚପିସିଏଲ ସ୍ଥିତ କାରଖାନାରେ ଗ୍ୟାସ ଲିକ୍ ହୋଇଥିଲା । ଗ୍ୟାସ ଲିକ ସମୟରେ ଶତାଧିକ କର୍ମଚାରୀ ପ୍ଲାଣ୍ଟ ମଧ୍ୟରେ ଉପସ୍ଥିତ ରହିଥିଲେ ।

ଅଚାନକ ଗ୍ୟାସ ଲିକ ପରେ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ତୁରନ୍ତ ସମସ୍ତ କର୍ମଚାରୀ ଦୌଡି ପଳାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଲିକ ନିୟନ୍ତ୍ରଣ କରାଯିବାର ପ୍ରୟାସ କରାଯାଉଛି । କୌଣସି ମୃତାହତ ରିପୋର୍ଟ କରାଯାଇନଥିବା ବେଳେ ସ୍ଥିତି ନିୟନ୍ତ୍ରଣରେ ଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ମେ ୨୦୨୦ରେ ସମାନ ଧରଣର ଗ୍ୟାସ ଲିକ୍ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହା ସହିତ ୫ କିମି ବ୍ୟାସାର୍ଦ୍ଧ ମଧ୍ୟରେ ସମସ୍ତ ଅଞ୍ଚଳକୁ ଖାଲି କରାଯାଇଥିଲା ।

Get real time updates directly on you device, subscribe now.