fbpx

ମାଂସ କାରଖାନାରେ ଗ୍ୟାସ୍ ଲିକ୍: ଅନେକ ମହିଳା କର୍ମଚାରୀ ବେହୋସ୍, ମେଡିକାଲରେ ୫୦ ଭର୍ତ୍ତି

ନୂଆଦିଲ୍ଲୀ: ଅଲିଗଡ଼ର ଲୋଧା ଥାନା ଅଞ୍ଚଳର ‘ଅଲ ଦୁଆ ମାଂସ କାରଖାନା’ରେ ଆଜି ଏକ ବଡ଼ ଦୁଘ;ଟଣା ହୋଇଛି । ସେଠାରେ ପ୍ୟାକେଜିଂ ଡିପାର୍ଟମେଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ ହେବାରୁ ସେଠାରେ କାମ କରୁଥିବା ମହିଳା କର୍ମଚାରୀ ବେହୋସ୍ ହୋଇଛନ୍ତି । ବେହୋସ୍ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୫୦ ହେବ ବୋଲି କୁହାଯାଉଛି । ସେମାନଙ୍କୁ ତୁରନ୍ତ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଏବେ ମେଡିକାଲରେ ସେମାନଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।

ଖବର ମିଳିବା ମାତ୍ରେ ଘଟଣାସ୍ଥଳରେ ଡିଏମ ଓ ଏସଏସପି ସହିତ ଅନେକ ପ୍ରଶାସନିକ କର୍ମଚାରୀ ପହଞ୍ଚିଛନ୍ତି । ଗୁରୁତରମାନଙ୍କୁ ତୁରନ୍ତ ମେଡିକାଲରେ ଚିକିତ୍ସା କରାଇବାକୁ ଡିଏମ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମ୍ପନ୍ଧରେ ଡିଏମ ଇନ୍ଦ ବିକ୍ରମ ସିଂହ ମିଡିଆକୁ ସୂଚନା ଦେଇଛନ୍ତି ।

ଡିଏମଙ୍କ କହିବା ମୁତାବକ, ମାଂସ କାରଖାନାରେ ପ୍ୟାକେଜିଂର କାମ ଚାଲିଥିବା ବେଳେ ଗ୍ୟାସ୍ ଲିକ୍ ହୋଇଥିଲା । ଏହି କାରଣରୁ କେତେକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା, ଫଳରେ ତାଙ୍କୁ ତୁରନ୍ତ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ କହିବା ମୁତାବକ, ଏବେ ସମସ୍ତଙ୍କ ଅବସ୍ଥା ଭଲ ରହିଛି । ଏଥିରେ ଭୟ କରିବାର କିଛି ନାହିଁ । ଯେତେ ବି ଲୋକ ଥିଲେ, ତାଙ୍କୁ ସେଠାରୁ ଅଣାଯାଇଛି ବୋଲି ଡିଏମ କହିଛନ୍ତି ।

Get real time updates directly on you device, subscribe now.