fbpx

ବିଜେଡିର ତାଲିମ୍ ଶିବିର: ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନବୀନଙ୍କ ଆହ୍ୱାନ୍

ଭୁବନେଶ୍ୱର: ଲୋକଙ୍କ ସାଥୀରେ ରହି ଲୋକଙ୍କ ପାଇଁ କାମ କରୁଛି ବିଜଡି। ରାଜ୍ୟ ସରକାର କରୁଥିବା ଜନମଙ୍ଗଳ କାର୍ଯ୍ୟକୁ ଲୋକଙ୍କ ପାଖରେ କିପରି ପହଞ୍ଚିବ, ତା ଉପରେ ଧ୍ୟାନ ଦିଅ। ବରମୁଣ୍ଡା ପଡ଼ିଆରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ ଶିବିରରେ ବାଙ୍ଗୋଲୋରରୁ ଭିଡିଓ କନଫରେନ୍ସି ଜରିଆରେ ଯୋଡ଼ି ହୋଇ କର୍ମିଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାନ୍ଧୀ ଜୟନ୍ତୀରୁ ଏକ ମାସବ୍ୟାପି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ କର୍ମିମାନଙ୍କୁ ଆହ୍ନାନ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହାପରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ରାତିଦିନ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଉତ୍ସର୍ଗୀକୃତ ଭାବରେ କାମ କରୁଛନ୍ତି। ତେଣୁ ଏହି ପ୍ରତିବଦ୍ଧତାକୁ ଆଗକୁ ନେବାଲାଗି ଆମର ଉତ୍ତରଦାୟିତ୍ଵ ରହିଛି ବୋଲି କହି ପଦଯାତ୍ରାକୁ ସଫଳ କରିବା ପାଇଁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ।

ଏହାପରେ ଦଳର ଅନ୍ୟ ବରିଷ୍ଠ ନେତାମାନେ କର୍ମୀମାନଙ୍କୁ ଉଦବୋଧନ କରିଥିଲେ। ଏହି ଅବସରରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ୟ୍ୟ, ମନ୍ତ୍ରୀ ଅତନୁ ସବ୍ୟସାଚୀ, ଡ. ଅରୁଣ ସାହୁ, ଅଶୋକ ପଣ୍ଡା, ପ୍ରମିଳା ମଲ୍ଲିକ, ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ, ସାଧାରଣ ସମ୍ପାଦକ ଯୁବ ବ୍ୟାପାର ପ୍ରଣବ ବଳବନ୍ତରାୟ, ସାଂସଦ ସସ୍ମିତ ପାତ୍ର, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଂଜନ ତ୍ରିପାଠୀ ପ୍ରମୁଖ ବିଭିନ୍ନ ବିଷୟରେ ବକ୍ତବ୍ୟ ରଖି ପଦଯାତ୍ରାକୁ ସଫଳ କରିବାକୁ ଆହ୍ଵାନ ଦେଇଥିଲେ।

Get real time updates directly on you device, subscribe now.