fbpx

ରାସନ କାର୍ଡଧାରୀଙ୍କ ପାଇଁ ଖରାପ ଖବର, ଲିଷ୍ଟରୁ କଟିଯିବ ଆପଣଙ୍କ ନାଁ ! ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ରାସନ କାର୍ଡକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଦୁହେଁ କଠୋର ହେଉଛନ୍ତି । ଗୋଟିଏ ପଟେ କେନ୍ଦ୍ର ସରକାର ମାଗଣା ରାସନ ଯୋଜନାକୁ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇଥିବା ବେଳେ ଆଉ ଗୋଟିଏ ପଟେ ରାସନ କାର୍ଡରେ ହେଉଥିବା ଅନିୟମିତତାକୁ ରୋକିବା ପାଇଁ କଠୋରତା ପ୍ରଦର୍ଶନ କରିଛନ୍ତି । ପ୍ରଥମେ ରାସନ କାର୍ଡକୁ ଫେରାଇବାକୁ ନେଇ ଅନେକ ଖବର ଆସିଥିଲା, ଯେଉଁଥିରେ ସରକାର ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ରାସନ କାର୍ଡ ଫେରାଇନେଉଥିବା କୁହାଯାଇଥିଲା । କିନ୍ତୁ ପରେ ସରକାର ଏହାକୁ ନେଇ ନିଜର ବୟାନ୍ ଦେଇଥିଲେ ଯେ, କାର୍ଡ ଫେରାଇ ନେବାକୁ କୌଣସି ଆଲୋଚନା କରାଯାଇନାହିଁ । କିନ୍ତୁ ଏବେ ସରକାର ପୁଣି ଆକ୍ସନ ମୋଡକୁ ଆସିଛନ୍ତି । ସରକାର ଏବେ ପୁଣି ଅଯୋଗ୍ୟ ହିତାଧିକାରୀଙ୍କ ପ୍ରତି କଠୋରତା ପ୍ରଦର୍ଶନ କରିଛନ୍ତି ଓ ସେମାନଙ୍କ ନାଁ ଲିଷ୍ଟରୁ କାଟିବାରେ ଲାଗିଛନ୍ତି ।

ଏବେ ଉତ୍ତରପ୍ରଦେଶରେ ରାସନକାର୍ଡର ବାତିଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୟୁପି ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶ ଅନୁସାରେ, ସରକାର ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଲିଷ୍ଟରୁ କାଟି ସେଠାରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ଯୋଡିବାରେ ଲାଗିଛନ୍ତି । ସେମାନଙ୍କ ମଧ୍ୟରେ ଏପରି ଲୋକ ଅଛନ୍ତି, ଯେଉଁମାନେ ଗରିବ ହୋଇ ମଧ୍ୟ ଏହାର ଲାଭ ଉଠାଇ ପାରୁନାହାନ୍ତି ।

ତେବେ ୨୦୧୧ ଜନଗଣନା ଅନୁସାରେ, ସରକାରଙ୍କ ରାସନ କାର୍ଡ ତିଆରିର ଲକ୍ଷ୍ୟ ପୂରଣ ହୋଇଛି । ଏବେ ନୂଆ କାର୍ଡ ତିଆରି କରାଯାଉ ନାହିଁ । ଏପରି ପରିସ୍ଥିତିରେ ସରକାର କେବଳ ଆବଶ୍ୟକତା ଥିବା ଲୋକଙ୍କୁ ମାଗଣା ରାସନର ଫାଇଦା ଦେବାକୁ ଅଯୋଗ୍ୟଙ୍କ ନାଁ କାଟି ସେଠାରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ଯୋଡିବାରେ ଲାଗିଛନ୍ତି । ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରୁ ଏହାର ଶୁଭାରମ୍ଭ ହୋଇସାରିଛି ।

Get real time updates directly on you device, subscribe now.