fbpx

ସୁରତ ପ୍ରିଣ୍ଟିଂ ମିଲରେ ଗ୍ୟାସ୍ ଲିକ୍, ଶ୍ୱାସରୁଦ୍ଧ ହୋଇ ୪ ମୃତ; ୨୫ ଆହତ

ସୁରତ: ଗୁଜରାଟର ସୁରତରେ ଗୁରୁବାର ଦିନ ସକାଳେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ଏଠାରେ ଥିବା ଏକ ପ୍ରିଣ୍ଟିଂ ମିଲ୍ ରେ ନିଆଁ ଲାଗିବା ଫଳରେ ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି । ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ସୂଚନାରୁ ଜଣାପଡ଼ିଛ । ତେବେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ମିଲ୍ ନିକଟରେ ଥିବା ଏକ ନାଳରେ ଗୋଟିଏ ଅଜଣା ଟ୍ୟାଙ୍କର୍ ବିଷାକ୍ତ କେମିକାଲ୍ ଉକ୍ତ ନାଳରେ ଢ଼ାଳୁଥିଲା । ସେହି ସମୟରେ ଗ୍ୟାସ୍ ଲିକେଜ୍ ହୋଇ ଏହି ଅଘଟଣ ଘଟିଯାଇଛି । ଏ ସମ୍ପର୍କରେ ପୋଲିସ୍ କୁ ଖବର ଦିଆଯାଇଛି ।

Get real time updates directly on you device, subscribe now.