fbpx

ଡାଲି ଖାଇବା ଦ୍ୱାରା ହେଉଛି କି ଏସିଡିଟି? ଏପରି ଖାଇଲେ କେବେ ହେବ ନାହିଁ ଏସିଡିଟି

ଡାଲି ହେଉଛି ପୁଷ୍ଟିକର ଖାଦ୍ୟର ଭଣ୍ଡାର । ଏଥିରେ ପ୍ରୋଟିନ୍, ଭିଟାମିନ୍, ଫାଇବର, କାର୍ବସ୍ ଏବଂ ଅନେକ ଭିଟାମିନ ରହିଥାଏ । ଯେଉଁମାନେ ଖାଦ୍ୟରେ ଡାଲିକୁ ସାମିଲ କରନ୍ତି ନାହିଁ, ତାଙ୍କ ଶରୀରରେ କେବଳ ଅଧା ପୁଷ୍ଟିକର ଖାଦ୍ୟ ମିଳିଥାଏ । କିନ୍ତୁ ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ଚାହିଁଲେ ମଧ୍ୟ ଡାଲି ଖାଇବାକୁ ଅସମର୍ଥ । କାରଣ ଡାଲି ଖାଇବା କାରଣରୁ ସେମାନେ ଏସିଡିଟି ଭଳି ସମସ୍ୟା କିମ୍ବା ପେଟରେ ଯନ୍ତ୍ରଣା ଅନୁଭବ କରନ୍ତି । ତେବେ ଡାଲିର ଭୁଲ ପ୍ରସ୍ତୁତି ପାଇଁ ପେଟରେ ଏସିଡିଟିର ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ହେଉଛି, ତେବେ ଡାଲି ପ୍ରସ୍ତୁତ କରିବାର ସଠିକ୍ ଉପାୟ ଜାଣି ରଖନ୍ତୁ, ଯାହା ଦ୍ୱାରା ଏସିଡିଟିର ଭୟ ହେବନାହିଁ ଏବଂ ଆପଣ ଡାଲିର ପୁଷ୍ଟିକର ଲାଭ ମଧ୍ୟ ପାଇପାରିବେ ।

ଡାଲିରୁ କାହିଁକି ଏସିଡିଟି ସୃଷ୍ଟି ହୁଏ:
ଡାଲିରୁ ଏସିଡିଟି ସୃଷ୍ଟି ହେବାର କାରଣ ଡାଲିରେ ଥିବା ଫାଇଟିକ ଏସିଡ । ଅଧିକାଂଶ ସମୟରେ ରାତିରେ ଡାଲି ଖାଇବା ଦ୍ୱାରା ପେଟରେ ଏସିଡିଟି ସୃଷ୍ଟି ହୁଏ । ଏପରି ହେବାର କାରଣ ଡାଲିରେ ଥିବା ପ୍ରୋଟିନ ଏବଂ ଫାଇଟିକ ଏସିଡ ହଜମ କରିବାକୁ ସମୟ ନେଇଥାଏ । ଯଦି ଫାଇଟିକ ଏସିଡ ବାହାର କରାଯାଏ ତେବେ ଏସିଡିଟିର ସମସ୍ୟାକୁ ଦୂରେଇ ଦିଆ ଯାଇପାରିବ ।

ଏପରି ଡାଲି ପ୍ରସ୍ତୁତ କରନ୍ତୁ:
ଡାଲି ତିଆରି କରିବା ପୂର୍ବରୁ ଏହାକୁ ୧୦-୧୨ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ । ଏପରି କରିବା ଦ୍ୱାରା ଡାଲିରେ ଥିବା ଫାଇଟିକ ଏସିଡ ବାହାରି ଯାଇ ପାରିବ ଏବଂ କୌଣସି ଏସିଡିଟି ସମସ୍ୟା ସୃଷ୍ଟି ହେବ ନାହିଁ । ଡାଲିକୁ ଭିଜାଇବା ପାଇଁ ଉଷୁମ ପାଣି ବ୍ୟବହାର କରନ୍ତୁ । ଏଥିରେ ଲେମ୍ବୁ ବ୍ୟବହାର କଲେ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।

Get real time updates directly on you device, subscribe now.