ଦ୍ୱିତୀୟ ଥର ପାଇଁ ମା’ ହେବେ ଗୌହର, ସ୍ୱାମୀଙ୍କ ସହ ମିଶି ଫ୍ୟାନ୍ସଙ୍କୁ ଏମିତି ଜଣାଇଲେ ଖୁସି

ଗୌହରଙ୍କ ପରିବାରକୁ ଆସୁଛନ୍ତି ନୂଆ ଅତିଥି। ନିଜେ ଗୌହର ଜୈଦ ସହ ମିଶି ଏହି ଖୁସି ଖବର ପ୍ରଶଂସକଙ୍କୁ ଜଣାଇଛନ୍ତି। ଦ୍ୱିତୀୟ ଥର ପାଇଁ ଗୌହର ଖାନ୍ ମା' ହେବାକୁ ଯାଉଛନ୍ତି।

ମୁମ୍ବାଇ: ପୁଣି ଖୁସି ଖବର ଦେଲେ ଅଭିନେତ୍ରୀ ଗୌହର ଖାନ୍। ଗୌହରଙ୍କ ପରିବାରକୁ ଆସୁଛନ୍ତି ନୂଆ ଅତିଥି। ନିଜେ ଗୌହର ଜୈଦ ସହ ମିଶି ଏହି ଖୁସି ଖବର ପ୍ରଶଂସକଙ୍କୁ ଜଣାଇଛନ୍ତି।
ଦ୍ୱିତୀୟ ଥର ପାଇଁ ଗୌହର ଖାନ୍ ମା’ ହେବାକୁ ଯାଉଛନ୍ତି।

ଗୌହର-ଜୈଦଙ୍କ ଦ୍ୱିତୀୟ ସନ୍ତାନ ହେବାକୁ ଯାଉଛି। ଦୁହିଁଙ୍କ ଖୁସି ସୋସିଆଲ ମିଡିଆରେ କରିଥିବା ପୋଷ୍ଟରୁ ସ୍ପଷ୍ଟ ଜଣାପଡ଼ୁଛି। ଉଭୟ ଦ୍ୱିତୀୟ ସନ୍ତାନ ପାଇଁ କେତେ ମାତ୍ରାରେ ଉତ୍ସାହୀ।ଏକ ଭିଡିଓରେ ସ୍ୱାମୀ ଜୈଦଙ୍କ ସହ ମିଶି ଏହି ଖୁସି ଖବର ଫ୍ୟାନ୍ସଙ୍କୁ ସେୟାର କରିଛନ୍ତି ଗୌହର । ୪୧ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଗୌହର।

ଗୌହର ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ ଏକ ଗାର୍ଡେନରେ ଅଛନ୍ତି। ଗୀତ ଗାଉଛନ୍ତି କିଛି ସେକେଣ୍ଡର ଭିଡିଓ ପରେ ସେ ନିଜର ବେବିବମ୍ପ ଦେଖାଉଛନ୍ତି। ଏଥିରେ ସେ ଗାଜାବେବି ୨ ହାସଟ୍ୟାଗ୍‌ ଦେଇଛନ୍ତି।

ଗୌହର-ଜୈଦଙ୍କ ଏହି ଭିଡିଓକୁୂ ସୋସିଆଲ ମିଡିଆରେ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି। ଏହା ସହ ଦିତୀୟ ସନ୍ତାନ ପାଇଁ ତାଙ୍କୁ ଫ୍ୟାନ୍ସଙ୍କ ତରଫରୁ କମେଣ୍ଟରେ ଅନେକ ଶୁଭେଚ୍ଛା ମଧ୍ୟ ମିଳିଛି।

 

 

View this post on Instagram

 

A post shared by Gauahar Khan (@gauaharkhan)

nbsp;