fbpx
BSKY SKY
BSKY SKY

ଲକଡାଉନରେ ପ୍ରଭାବିତ ହେବ ଜିଡିପି: ଲକ୍ଷ ଲକ୍ଷ କୋଟିର କ୍ଷତି ସହିବ ଦେଶ

BSKY

ନୂଆଦିଲ୍ଲୀ, ୨୪ା୪: ଦେଶରେ କରୋନା ମହାମାରୀର ତାଣ୍ଡବ ଦିନକୁ ଦିନ ବଢ଼ି ଚାଲିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି କେତେକ ରାଜ୍ୟରେ କିଛି ଅଞ୍ଚଳରେ ଆଂଶିକ ଲକଡାଉନ ଲାଗୁ କରାଯାଇଛି । କିଛି ରାଜ୍ୟରେ ମଧ୍ୟ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରାଯାଇଛି । ତେବେ ଏହି ଲକଡାଉନର ପ୍ରଭାବ ଦେଶର ଜିଡିପି ଉପରେ ପଡ଼ିବାର ସମ୍ଭାବନା ରହିଛି । ଏହି ସମୟରେ ୧.୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ଦେଶ । ଏହି କ୍ଷତିର ୮୦ ପ୍ରତିଶତ ରାଜସ୍ଥାନ, ମହାରାଷ୍ଟ୍ର ଭଳି ରାଜ୍ୟରୁ ସୃଷ୍ଟି ହେବ ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି ।

ଏସବିଆଇ ଦ୍ୱାରା କରାଯାଇଥିବା ଏହି ରିସର୍ଚ୍ଚରେ କୁହାଯାଇଛି ଯେ, ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା ଲକଡାଉନରେ ହେଉଥିବା କ୍ଷତିର ୫୪ ପ୍ରତିଶତ ମହାରାଷ୍ଟ୍ରରୁ ସୃଷ୍ଟି ହେବ । ମହାରାଷ୍ଟ୍ରରେ ପ୍ରାୟ ୮୨ ହଜାର କୋଟି ଟଙ୍କାର କ୍ଷତି ହେବ । ତେବେ ଆଗକୁ ଏହି ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେହିପରି ମଧ୍ୟପ୍ରଦେଶର ପ୍ରାୟ ୨୧ ହଜାର କୋଟି ଓ ରାଜସ୍ଥାନର ପ୍ରାୟ ୧୭ ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.