fbpx

ବଜେଟ୍ ପୂର୍ବରୁ ହଲୱାକୁ ଖାଇଦେଲା ଓମିକ୍ରନ୍: ସଂକ୍ରମଣ ପାଇଁ ବନ୍ଦ ହେଲା ‘ହଲୱା ସେରିମୋନୀ’

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପାଇଁ ସାଧାରଣ ଲୋକଙ୍କ ଜୀବନ ଧାରଣ ଶୈଳୀରେ ଅନେକ କିଛି ପରିବର୍ତ୍ତନ ଘଟିଛି । ତେବେ ଗତବର୍ଷ ବଜେଟ ଡିଜିଟାଲ ମାଧ୍ୟମରେ ଉପସ୍ଥାପିତ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି । ବଜେଟ୍ ଆଗତ ପୂର୍ବରୁ କରାଯାଉଥିବା ‘ହଲୱା ସେରିମୋନୀ’କୁ ସଂକ୍ରମଣ ଭୟରେ ବନ୍ଦ ରଖାଯାଇଛି । ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇ ପରି ବଡ଼ ବଡ଼ ସହରମାନଙ୍କୁରେ ନୂଆ ଭାରିଆଣ୍ଟର ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଓମିକ୍ରନ ବଢ଼ିବାରେ ଲାଗିଛି । କେନ୍ଦ୍ରୀୟ ବଜେଟର ପ୍ରସ୍ତୁତି ବର୍ତ୍ତମାନ ଅନ୍ତିମ ସୋପାନରେ ପହଞ୍ଚିଥିବା ବେଳେ ଚଳିତ ଥର କୋର ଷ୍ଟାଫମାନଙ୍କୁ କେବଳ ମିଠା ବଣ୍ଟନ କରାଯାଇଛି । ବଜେଟ ପ୍ରସ୍ତୁତିରେ ଲାଗିଥିବା ସମସ୍ତ ଅଧିକାରୀଙ୍କୁ କାର୍ଯ୍ୟସ୍ଥଳରେ ‘ଲକ୍ ଇନ୍’ ମୋଡ଼ରେ ରଖାଯାଇଛି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃଆରୀ ୧ ତାରିଖରେ ପେପରଲେସ୍ ଗ୍ରୀନ୍ ବଜେଟ୍ ଉପସ୍ଥାପନ କରିବେ ।

ସାଧାରଣତଃ ବଜେଟକୁ ଅନ୍ତିମ ରୂପ ଦେବା ଅବସରରେ ପ୍ରତ୍ୟେକ ବର୍ଷ ଅର୍ଥମନ୍ତ୍ରୀ ନର୍ଥ ବ୍ଲକ ସ୍ଥିତ ନିଜ ବେସମେଣ୍ଟରେ ହଲୱା ସେରିମୋନୀର ଆୟୋଜନ କରିଥାନ୍ତି । ପାରମ୍ପରିକ ରୀତିନୀତି ଅନୁଯାୟୀ ଅର୍ଥମନ୍ତ୍ରୀ ହଲୱା ପ୍ରସ୍ତୁତିର ଚାମଚ ଚଲାଇଥାନ୍ତି । ତେବେ ଚଳିତ ବର୍ଷ ସଂକ୍ରମଣକୁ ଦୃଷ୍ଟିରେ ରଖି ଇତିହାସରେ ପ୍ରଥମ ଥର ପାଇଁ ଏହି ସେରିମୋନୀଙ୍କୁ ବନ୍ଦ ରଖାଯାଇଛି ।

Get real time updates directly on you device, subscribe now.