fbpx
BSKY
BJD MC SKY
BJD MS SKY

ଇସ୍ରାଏଲରୁ ଆସିଲା ହମାସ ଆତଙ୍କବାଦୀଙ୍କ ବର୍ବରତାର ଚିତ୍ର , ମହିଳାଙ୍କ ଶବ ସହ କଲେ ଏପରି ଆଚରଣ ଯେ ସାରା ବିଶ୍ୱ ସ୍ତବ୍ଧ

ନୂଆଦିଲ୍ଲୀ:  ଶନିବାର ଇସ୍ରାଏଲ ଉପରେ ହୋଇଥିବା ହମାସ ଆତଙ୍କବାଦୀ ସଂଗଠନର ଆକ୍ରମଣ ଏବଂ ଏହାର ଜବାବରେ ଇସ୍ରାଏଲର ଯୁଦ୍ଧ ଘୋଷଣାକୁ ନେଇ ସାରା ବିଶ୍ୱ ଏବେ ଚନ୍ତିତ । ଇସ୍ରାଏଲ ଓ ହମାସ ମଧ୍ୟରେ ଏହି ଯୁଦ୍ଧକୁ ଦେଢ ଦିନରୁ ଅଧିକ ସମୟ ବିତିଯାଇଥିବା ବେଳେ ଏଥିରେ ୫୦୦ରୁ ଅଧିକ ଲୋକ ମୃତାହତ ହେଲେଣି ।

ହମାସ ଆତଙ୍କବାଦୀମାନେ ଇସ୍ରାଏଲ୍ ଅଞ୍ଚଳରେ ଜବରଦସ୍ତ ପ୍ରବେଶ କରିଯାଇଛନ୍ତି । ସେମାନେ ଇସ୍ରାଏଲ୍ ନାଗରିକଙ୍କୁ କିଡ୍‌ନାପ କରିବା ସହିତ ମହିଳାଙ୍କ ସହ ବର୍ବର ଆଚରଣ ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳୁଛି ହମାସ ଗ୍ରୁପର କିଛି ଲୋକ ଏକ ଟ୍ରକରେ ମହିଳାଙ୍କ ଶବ ଉପରେ ବସି ଯାତ୍ରା କରୁଛନ୍ତି । ଏହି ସମୟରେ ସେମାନେ ଆଲ୍ଲା ହୁ ଆକବର ନାରା ମଧ୍ୟ ଦେଉଛନ୍ତି । ଯେଉଁ ଯୁବତୀଙ୍କ ସହ ସେମାନେ ଇସ୍ରାଏଲର ମହିଳା ସୈନିକ ଭାବି ଏସବୁ କରୁଛନ୍ତି ସେ ପ୍ରକୃତରେ ହେଉଛନ୍ତି ଜର୍ମାନୀର ଜଣେ ଟାଟୁ ଆର୍ଟିଷ୍ଟ ।

ଏହି ଯୁବତୀଙ୍କ ନାମ ଶାନି ଲାଉକ । ୩୦ ବର୍ଷୀୟା ଶାନି ଏଠାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ । ତାଙ୍କୁ ହମାସ ପକ୍ଷରୁ ହତ୍ୟା କରାଯାଇଥିବା ବେଳେ ଟ୍ରକରେ ତାଙ୍କ ଶବକୁ ବୋହି ନିଆଯାଉଥିବାର ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଶବ ଉପରେ ବସି ସେମାନେ ତାଙ୍କ କପଡା କାଢି ଦେଇଛନ୍ତି ଓ ଖୁସିରେ ନାରା ଦେବାରେ ଲାଗିଛନ୍ତି । ଏହି ଘଟଣାକୁ ନେଇ ଶାନିଙ୍କ ପରିବାର ଲୋକେ ମାନସିକ ସ୍ତରରେ ବେଶ୍ ଆଘାତ ପାଇଛନ୍ତି । ହମାସ ଆତଙ୍କବାଦୀମାନଙ୍କର ଏପରି ବର୍ବରତାର ଚିତ୍ର ଦେଖି ପୁରା ବିଶ୍ୱ ସ୍ତବ୍ଧ ହୋଇଯାଇଛି ।

Get real time updates directly on you device, subscribe now.