fbpx

ବହୁ ଚର୍ଚ୍ଚିତ ତଥା ବିବାଦିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ଆଉନାହାନ୍ତି ବହୁ ଚର୍ଚ୍ଚିତ ତଥା ବିବାଦିତ ବିତ୍ତିହୋତ୍ର ମହାନ୍ତି । ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କ୍ୟାନ୍ସରରେ ବହୁଦିନ ଧରି ପୀଡିତ ଥିଲେ ବିତ୍ତିହୋତ୍ର । ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ତେବେ ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତି ।

୨୦୦୬ରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ବିତ୍ତିହୋତ୍ର । ବିତ୍ତିଙ୍କ ନାଁରେ ତାଙ୍କ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ଆସିଥିଲା । ରାଜସ୍ଥାନ ଅଲୱାରକୁ ବୁଲିବାକୁ ଯାଇଥିବା ବେଳେ ଦୁଷ୍କର୍ମ ଅଭିଯୋଗ କରିଥିଲେ ଯୁବତୀ । ଏହି ଘଟଣାରେ ରାଜସ୍ଥାନ ପୋଲିସ ବିତ୍ତିହୋତ୍ରଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୋଲିସ୍ । ଏହି ମାମଲାରେ ତାଙ୍କୁ ୭ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଜୋରିମାନା ହୋଇଥିଲା । ଶୁଣାଣିର ମାତ୍ର ୯ ଦିନ ମଧ୍ୟରେ ତାଙ୍କୁ ଜେଲଦଣ୍ଡIଦେଶ ହୋଇଥିଲା । ମାତ୍ର ମା’ଙ୍କ ଦେହ ଖରାପ ଦର୍ଶାଇ ସେ ପାରୋଲରେ ଆସି ଆଉ ନଜେଲକୁ ଫେରି ନଥିଲେ । ୬ ବର୍ଷ ଧରି ଫେରାର ହେବା ପରେ ୨୦୧୩ ରେ ଏକ ବ୍ୟାଙ୍କରୁ କାର୍ଯ୍ୟରତ ଥିବା ବେଳେ କେରଳରୁ ଧରା ପଡ଼ିଥିଲେ ବିତ୍ତିହୋତ୍ର। ସେ ଜେଲ୍‌ରେ ଥିବା ବେଳେ କ୍ୟାନସରରେ ପୀଡ଼ିତ ଥିବା ଜଣା ପଡ଼ିଥିଲା। ଏହାପରେ ଦୀର୍ଘ ଦିନ ହେଲା ସେ ଚିକିତ୍ସିତ ଥିବା ବେଳେ ଗତ ରାତିରେ ସେ ଆଖି ବୁଜିଛନ୍ତି।

Get real time updates directly on you device, subscribe now.