fbpx

ଅଧାକେଜି ପ୍ଲାଷ୍ଟିକ୍ ବଦଳରେ ମିଳିବ ଆହାର

ଭୁବନେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ଏଣିକି ଅଧାକେଜି ପ୍ଲଷ୍ଟିକ୍ ବଦଳରେ ମିଳିବ ଗୋଟିଏ ଆହାର । ରାଜଧାନୀ ଭୁବନେଶ୍ୱରର ୧୧ଟି ଆହାର କେନ୍ଦ୍ରରେ ଆଜି ଆରମ୍ଭ ହୋଇଛି ଏହି ଯୋଜନା । ବିଏମସି, ୟୁଏନଡିପି ଓ କୋକାକୋଲାର ମିଳିତ ପ୍ରୟାସରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ବିଏମସିର କମିଶନର ଉଦଘାଟନ୍ କରିଛନ୍ତି ।

ତେବେ ଦେଶକୁ ପ୍ଲାଷ୍ଟିକ୍ ମୁକ୍ତ କରିବାରେ ଲାଗିଛନ୍ତି ସରକାର । ବିଶ୍ୱବ୍ୟାପୀ ପ୍ଲାଷ୍ଟିକ୍‌ ବ୍ୟବହାର ଓ ତା’ର ବର୍ଜ୍ୟ ପରିଚାଳନା ଏକ ବୃହତ୍‌ ସମସ୍ୟା ରୂପେ ଦଣ୍ଡାୟମାନ ହେଲାଣି । ଭାରତରେ ପ୍ରତ୍ୟହ ୨୬ ହଜାର ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟି ହେଉଛି । ପ୍ଲାଷ୍ଟିକ୍‌ ଉତ୍ପାଦନ ଉପରେ ମଧ୍ୟ ନିୟନ୍ତ୍ରଣ ନାହିଁ। ଏନେଇ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.