fbpx

ଲକ୍ଷ୍ନୌରେ ପୋଲିସ ଉପରକୁ ନଦୱା ଛାତ୍ରଙ୍କ ପଥରମାଡ: ସୁପ୍ରିମକୋର୍ଟଙ୍କ କଡା ତାଗିଦ୍

ୟୁପି,୧୬ ।୧୨: ଲକ୍ଷ୍ନୌରେ ନାଗରିକତା ଆଇନକୁ ତୀବ୍ର ବିରୋଧ କରାଯାଉଛି । ଦିଲ୍ଲୀର ଜାମିଆ ଓ ଏମୟୁ ପ୍ରଦର୍ଶନକାରୀଙ୍କୁ ସମର୍ଥନ କରିଛନ୍ତି ଉତ୍ତରପ୍ରଦେଶର ନଦୱା କଲେଜର ଛାତ୍ର । ଦିଲ୍ଲୀ ପରେ ପରେ ନଦୱାରେ ପୋଲିସ ଓ ବିକ୍ଷୋଭକାରୀ ଛାତ୍ର ମୁହାମୁହିଁ ହୋଇଛନ୍ତି । ନଗରିକତା ବିଲକୁ ଫେରାଇନେବାକୁ ଦାବି କରିବା ସହ ପୋଲିସ ଉପରକୁ ପଥରମାଡ କରିଛନ୍ତି ଏହି କଲେଜ ଛାତ୍ର ।

ଅନ୍ୟପଟେଦିଲ୍ଲୀ ଜାମିଆ ହିଂସାକୁ ନେଇ ସୁପ୍ରିମକୋର୍ଟ କଡା ଟିପ୍ପଣୀ ଦେଇଛନ୍ତି । ପ୍ରଦର୍ଶନକାରୀ ଛାତ୍ରଙ୍କ ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ‘ଛାତ୍ର ହେଲ ବୋଲି ହିଂସାର ଅଧିକାର ମିଳିନି । ହିଂସା ଜାରି ହେଲେ ଶୁଣାଣି ହୋଇପାରିବନାହିଁ ।’

Get real time updates directly on you device, subscribe now.