fbpx

ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି, ଜାଣନ୍ତୁ କେଉଁଠି କେତେ ତାପମାତ୍ରା?

ଭୁବନେଶ୍ୱର,୨ ।୪(ଓଡିଶା ଭାସ୍କର) : ସାରା ରାଜ୍ୟରେ ତାତିରୁ ମିଳିଲା ସାମାନ୍ୟ ତ୍ରାହି । ରାଜ୍ୟରେ ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୨ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ହୋଇଛି ମାଲକାନଗିରି । ସମ୍ବଲପୁରରେ ୪୧.୬ ଡିଗ୍ରୀ, ତାଳଚେର ୪୧.୫ ଡିଗ୍ରୀ, ଟିଟିଲାଗଡରେ ୪୧.୨ ଡିଗ୍ରୀ, ସୁନ୍ଦରଗଡ ଓ ଝାରସୁଗୁଡାରେ ୪୧ ଡିଗ୍ରୀ, ଭବାନୀପାଟଣା ଓ ହୀରାକୁଦରେ ୪୦.୫ ଡିଗ୍ରୀ, ବାରିପଦାରେ ୪୦ ଡିଗ୍ରୀ, କଟକରେ ୩୭.୪ ଡିଗ୍ରୀ ଓ ଭୁବନେଶ୍ୱରରେ ୩୮.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । କିଛି ଦିନର ବ୍ୟବଧାନ ପରେ ଗ୍ରୀଷ୍ମ ପ୍ରବାହାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ତେବେ ରାଜ୍ୟରେ କାଳବୈଶାଖୀକୁ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କାଲି ସକାଳ ୮ଟା ୩୦ ଯାଏଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୫ ଜିଲ୍ଲା ଯଥା- ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡରେ ଘୂର୍ଣ୍ଣିଝଡ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ବିଜୁଳି, ଘଡଘଡି ସହ ୪୦-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହା ସହ ୧୩ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡ, ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା, ଭଦ୍ରକ, ନୟାଗଡ, ପୁରୀ, କଟକ, ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡାରେ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.