fbpx

ସକାଳୁ ଉଠି ପାଣି ପିଇବା ଅଭ୍ୟାସ କରନ୍ତୁ: ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା: ଜାଣନ୍ତୁ

ଓଡିଶା ଭାସ୍କର: ଶରୀର ପାଇଁ ପାଣିର ଆବଶ୍ୟକତା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଆମକୁ ସୁସ୍ଥ ଜୀବନ ବଞ୍ଚିବାକୁ ହେଲେ ପ୍ରତିଦିନ ୨-୩ ଲିଟର ପାଣି ପିଇବା ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଲୋକମାନେ ବିଛଣାରୁ ଉଠିଲା ବେଳେ ପ୍ରଥମେ ପାଣି ପିଇ ଦିନ ଆରମ୍ଭ କରିବା ଉଚିତ୍। ଏହା ଦ୍ୱାରା ଶରୀରର ଅନେକ ଉପକାର ସାଧିତ ହେବା ସହ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଯଦି ଆପଣମାନଙ୍କ ସାକାଳୁ ଉଠି ଚା ’ପିଇବା ଅଭ୍ୟାସ ସହିତ ଦିନ ଆରମ୍ଭ କରୁଥାନ୍ତି । ତେବେ ଏହି ଅଭ୍ୟାସକୁ ହିଁ ତୁରନ୍ତ ପରିବର୍ତ୍ତନ କରି ସକାଳେ ପାଣି ପିଇବାର ଅଭ୍ୟାସ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଆଶ୍ଚର୍ୟ୍ୟଜନକ ଫାଇଦା ମିଳିବ ।

ରିସର୍ଚ୍ଚ ଅନୁଯାୟୀ, ଲୋକମାନେ ସାଧାରଣତଃ ରାତିରେ ପ୍ରାୟ ୭-୮ ଘଣ୍ଟା ଶୋଇଥାନ୍ତି । ଏହି ସମୟ ମଧ୍ୟରେ ସେମାନେ କିଛି ଖାଆନ୍ତି ନାହିଁ କିମ୍ବା ପିଅନ୍ତି ନାହିଁ । ଏପରି ପରିସ୍ଥିତିରେ ଆପଣ ଯେତେବେଳେ ସକାଳୁ ଉଠିବେ । ସେହି ସମୟରେ ଆପଣଙ୍କ ପେଟ ଖାଲି ରହି ଡିହାଇଡ୍ରେଡ୍ ହୋଇଯାଇଥାଏ । ଯଦି ଆପଣ ସକାଳେ ଖାଲି ପେଟର ପାଣି ପିଉଛନ୍ତି, ତେବେ ଶରୀରକୁ ରାତିରେ ହେଉଥିବା ଡିହାଇଡ୍ରେସନରୁ ମୁକ୍ତି ଦେବାରେ କରିବାରେ କରିଥାଏ । ତେଣୁ ସକାଳେ ଉଠିବା ମାତ୍ରେ ତୁରନ୍ତ ପାଣି ପିଇ ନିଜକୁ ହାଇଡ୍ରେଟ୍ କରିବା ଉଚିତ୍ । ସକାଳେ ଖାଲି ପେଟରେ ପାଣି ପିଇବା ମଧ୍ୟ ଆପଣଙ୍କୁ ଦିନସାରା ହାଇଡ୍ରେଟ୍ ରହିବାକୁ ସାହାଯ୍ୟ କରିଥାଏ ।

ସକାଳେ ଖାଲି ପେଟରେ ପାଣି ପିଇବାର ଲାଭ-
– ସକାଳେ ଖାଲି ପେଟରେ ପାଣି ପିଇଲେ ଆପଣଙ୍କ ଭଲ ମେଟାବୋଲିଜିମ୍ ୨୫% ବୃଦ୍ଧି ହୋଇଥାଏ । ଏହି ମେଟାବୋଲିଜିମ୍ ଆପଣଙ୍କ ଶରୀରକୁ ଶକ୍ତିରେ ପରିପୂର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ । ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ଲୋହିତ ରକ୍ତ କଣିକା ସଂଖ୍ୟା ବଢିବାରେ ସହାୟକ ହୋଇଥାଏ ।

– ପାଣି ପିଇବା ଆମ ଶରୀରକୁ ଡିଟକ୍ସସିଫାଇ କରିବାରେ ସାହାଯ୍ୟ କରିଥାଏ । ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ଲିମ୍ଫାଟିକ୍ ସିଷ୍ଟମକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ । ଯାହା ସଂକ୍ରମଣ ସହ ଲଢିବାକୁ ସାହଯ୍ୟ କରିଥାଏ ।

-ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା କିଡନୀର ଷ୍ଟୋନର ଆଶଙ୍କା କମିଥାଏ । ପାଣି ପିଇବା ଦ୍ୱାରା ଆପଣଙ୍କ କିଡନୀରେ ଥିବା ଏସିଡ୍ କୁ ହ୍ରାସ କରେ । ତେଣୁ କିଡନୀରେ କମ୍ ପଥର ବା ଷ୍ଟୋନ ସୃଷ୍ଟି ହୁଏ । ପ୍ରତିଦିନ ସକାଳେ ଜଳଖିଆ ପୂର୍ବରୁ ପାଣି ପିଇବା ଦ୍ୱାରା ଅନ୍ତନଳୀକୁ ସଫା ରଖିଥାଏ ।

– ସକାଳୁ ପାଣି ପାଇବାର ଅଭ୍ୟାସ ହୃଦଘାତ ଏବଂ ମୁଣ୍ଡବିନ୍ଧାର ସମସ୍ୟାରୁ ମୁକ୍ତି ଦେଇଥାଏ । ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଏହି ପାନୀୟ ଜଳକୁ ଠିକ ସମୟରେ ନ ପିଇବା ଦ୍ୱାରା ରାତିରେ ଡିହାଇଡ୍ରେସନ୍ ହେତୁ ସକାଳେ ମୁଣ୍ଡବିନ୍ଧାର କାରଣ ଅନେକଙ୍କର ହୋଇଥାଏ ।

– ସକାଳେ ପାଣି ପିଇଲେ ତ୍ୱଚା ଭଲ ହାଇଡ୍ରେଟେଡ୍ ରହିବ ଏବଂ କୁଞ୍ଚନର ଆଶଙ୍କ ହେବା କମଥାଏ । ଏହା କରିବା ଦ୍ୱାରା ଆପଣଙ୍କ ଚର୍ମର ପ୍ରାକୃତିକ ଚମକ ବୃଦ୍ଧି ପାଇଥାଏ । ସକାଳେ ପାଣି ପିଇବା ଦ୍ୱାରା କେଶର ଉଜ୍ଜ୍ୱଳତା ବଢିଥାଏ । ଶକ୍ତି ବୃଦ୍ଧି ପାଇବା ସହ ଓଜନ ହ୍ରାସ କରିଥାଏ । ତେବେ ଆପଣ ଯଦି ସକାଳୁ ପାଣି ପିଉ ନାହାଁନ୍ତି ଏବେଠାରୁ ହିଁ ପିଇବା ଆରମ୍ଭ କରନ୍ତୁ ।

Get real time updates directly on you device, subscribe now.