fbpx

ଦିଲ୍ଲୀ IGI ବିମାନ ବନ୍ଦରରେ ପହଞ୍ଚିବା ଏବେ ହେବ ସହଜ, ଦୁଇଟି ନୂଆ ଫ୍ଲାଏ ଓଭର ହେବ ଆରମ୍ଭ

Advertisement

ନୂଆଦିଲ୍ଲୀ : ଟ୍ରାଫିକ ଜାମ ପାଇଁ ଦିଲ୍ଲୀ ପ୍ରସିଦ୍ଧ । ବେଳେବେଳେ ଟ୍ରାଫିକ ଜାମର ପ୍ରଭାବ ଏତେ ଥାଏ କିଛି ମିନିଟର ଯାତ୍ରା କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ । ସେହି ଟ୍ରଫିକ ଜାମ ସଡକ ଭିତରୁ ଗୋଟିଏ ହେଉଛି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଉଥିବା ରାସ୍ତା । ଏହି ରାସ୍ତା ସବୁବେଳେ ଭିଡରେ ଥାଏ । ଏହା ମଧ୍ୟ ଟ୍ରାଫିକ ଜାମ ପାଇଁ ପ୍ରସିଦ୍ଧ । ଏବେ ଏହାକୁ ଜାମ ମୁକ୍ତ କରିବା ପାଇଁ ଚେଷ୍ଟା କରାଯାଉଛି । ତେବେ ଯାତ୍ରୀମାନଙ୍କ ସୁବିଧା ପାଇଁ ଏଠାରେ ୨ଟି ଫ୍ଲାଏ ଓଭର ନିର୍ମାଣ କରାଯାଉଛି ।

ଏହି ଫ୍ଲାଏ ଓଭର ହେବା ପରେ ଯାତ୍ରୀମାନଙ୍କୁ ଆଉ ଲାଲ ଲାଇଟର ସାମ୍ନା କରିବାକୁ ପଡି ନାହିଁ । ଏବଂ କୌଣସି ଟ୍ରାଫିକ ସମସ୍ୟା ମଧ୍ୟ ରହିବ ନାହିଁ । ଏହି ଫ୍ଲାଏ ଓଭର ୮୦୦ ମିଟର ଲମ୍ବା ରହିବ । ଏହା ପୂର୍ବରୁ ବିମାନବନ୍ଦରକୁ ଯିବା ପାଇଁ ଦୁଇଟି ଟ୍ରାଫିକ ଦେଇ ଯିବାକୁ ପଡୁଥିଲା । ଏହି ଫ୍ଲାଏ ଓଭର ନାମ ଏରୋସିଟି ଫ୍ଲାଏ ଓଭର ରହିବ । ଅନ୍ୟ ଫ୍ଲାଏ ଓଭରର ଦୂରତା ୬୦୦ ମିଟର ରହିବ । ଏହା ବିମାନବନ୍ଦରର କାର୍ଗୋ ସେଣ୍ଟର ସହିତ ଏନଏଚ ୮ ସଂଯୋଗ କରିବ । ଏହା ଦ୍ୱାରା କାର୍ଗୋ ସେଣ୍ଟରକୁ ଯାଉଥିବା ଭାରି ଜାନ ଗୁଡିକ ସହଜରେ ଗତି କରିବାକୁ ସମର୍ଥ ହେବେ । ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଦିଲ୍ଲୀବାସୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଆଇଟିଓରୁ ଆଶ୍ରମ ଆଡକୁ ଯାତାୟାତ କରୁଥିବା ଲୋକଙ୍କ ଟ୍ରାଫିକ ମୁକ୍ତ ଗତିବିଧିକୁ ସୁଗମ କରିବା ପାଇଁ ସିଏମ କେଜ୍ରିୱାଲ ସାରାଇ କାଲେ ଖାନରେ ନୂତନ ତିନି ଲେନ ବିଶିଷ୍ଟ ଫ୍ଲାଏ ଓଭରର ଉଦଘାଟନ କରିଥିଲେ। ଏହା କେନ୍ଦ୍ରୀୟ, ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ମଧ୍ୟରେ ପରିବହନକୁ ସହଜ ଏବଂ ଉନ୍ନତ କରିବ ।

Get real time updates directly on you device, subscribe now.