fbpx

(video)ମୋବାଇଲ୍ ନ ଦେବାରୁ ଛାତ୍ରୀଙ୍କୁ ଅଟୋରୁ ଘୋଷାଡି ଆଣିଲେ ଦୁର୍ବୃତ୍ତ, ମଝି ରାସ୍ତାରେ ଖସିପଡି ଚାଲିଗଲା ଜୀବନ

ଗାଜିଆବାଦ: ଗାଜିଆବାଦ ଜାତୀୟ ରାଜପଥ ୯ ରେ ଏକ ଚଳନ୍ତା ଅଟୋରୁ ଖସି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଅକ୍ଟୋବର ୨୭ ତାରିଖର । ୨ଜଣ ଦୁର୍ବୃତ୍ତ ଚଳନ୍ତା ଅଟୋରେ ଯାଉଥିବା ଜଣେ ଛାତ୍ରୀଠାରୁ ମୋବାଇଲ୍ ଛଡାଇ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଛାତ୍ରୀ ଜଣକ ମୋବାଇଲ୍ ନ ଛାଡିବାରୁ ଦୁର୍ବୃତ୍ତ ତାଙ୍କୁ ଅଟୋରୁ ଘୋସାଡି ନେଇଥିଲେ । ଫଳରେ ସେ ଅଟୋରୁ ଖସି ଗୁରୁତର ହୋଇଥିଲେ । ହାପୁଡରେ ରହୁଥିବା ଏହି ଯୁବତୀଙ୍କର ଗତକାଲି ରାତିରେ ହସ୍ପିଟାଲରେ ମୃତ୍ୟୁ ହୋଇଛି ।

ଏହି ଘଟଣାରେ ଶନିବାର ସନ୍ଧ୍ୟାରେ ପୋଲିସର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଖସି ଯାଇଥିଲା । ଆଜି ସକାଳେ ପୋଲିସ ଏନକାଉଣ୍ଟରରେ ଦ୍ୱିତୀୟ ଅଭିଯୁକ୍ତକୁ ହତ୍ୟା କରିଛି ।

ଏହି ମୋବାଇଲ୍ ସ୍ନାଚିଂ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଏକ ଚଳନ୍ତା ଅଟୋ ପଛରେ ବାଇକ୍‌ରେ ୨ଜଣ ଯୁବକ ଆସି ମୋବାଇଲ୍ ଛଡାଇବାକୁ ଚେଷ୍ଟା କରୁଛନ୍ତି । ଏହାପରେ ଛାତ୍ରୀ ଜଣକ ଅଟୋରୁ ବାହାରକୁ ଖସି ପଡୁଥିବା ନଜର ଆସୁଛି । ଏହି ଘଟଣା ପରେ ସ୍ଥାନୀୟ ଜନତା ଓ ପୋଲିସ ଛାତ୍ରୀଙ୍କୁ ହସ୍ପିଟାଲ ପହଞ୍ଚାଇଛନ୍ତି କିନ୍ତୁ ୨ ଦିନ ପରେ ଛାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି ।

Get real time updates directly on you device, subscribe now.