fbpx
BJD SKY
BJD SKY

ନଭେମ୍ବର ୧ ରୁ ବଦଳିଯିବ ଏହି ନିୟମ: ପାର୍ବଣ ଋତୁରେ ପକେଟ ଉପରେ ପଡ଼ିବ ସିଧା ପ୍ରଭାବ

BJD

ନୂଆଦିଲ୍ଲୀ: ଅକ୍ଟୋବର ମାସ ଶେଷ ହେବାକୁ କମ୍ ସମୟ ବାକି ରହିଛି । ଏଭଳି ପରିସ୍ଥିତିରେ ନଭେମ୍ବର ୧ ରୁ ଅନେକ ନିୟମ ପରିବର୍ତ୍ତନ ହୋଇଯିବ, ଯାହା ଆପଣଙ୍କ ଘରର ବଜେଟ ଉପରେ ସିଧାସଳଖ ପ୍ରଭାବ ପକାଇବ । ପ୍ରତ୍ୟେକ ମାସର ପ୍ରଥମ ତାରିଖରୁ ଏଲପିଜି ମୂଲ୍ୟ ସ୍ଥିର କରାଯାଏ ।

ପ୍ରତ୍ୟେକ ମାସର ୧ ତାରିଖରେ ବାଣିଜ୍ୟିକ ଏବଂ ଘରୋଇ ସିଲିଣ୍ଡରର ମୂଲ୍ୟ ସ୍ଥିର ହୋଇଥାଏ । ଏହା ବ୍ୟତୀତ ଇ-ଚାଲାଣ ଏବଂ କିଛି ଉତ୍ପାଦ ଆମଦାନୀ ପାଇଁ ନିୟମ ମଧ୍ୟ ପରିବର୍ତ୍ତନ ହେବ । ଆସନ୍ତୁ ଜାଣିବା ଏହି ନିୟମଗୁଡ଼ିକ ଯାହା ନଭେମ୍ବର ୧ ରୁ ବଦଳିବ ।

ଏଲପିଜି ମୂଲ୍ୟ :-

ଏଲପିଜି ରୋଷେଇ ଗ୍ୟାସ୍ ସିଲିଣ୍ଡର, ସିଏନଜି ଏବଂ ପିଏନଜିର ମୂଲ୍ୟ ପ୍ରତ୍ୟେକ ମାସ ୧ ରେ ସ୍ଥିର କରାଯାଏ । ପ୍ରତ୍ୟେକ ମାସର ପ୍ରଥମ ଦିନରେ ନୂଆ ମୂଲ୍ୟ ଘୋଷଣା କରାଯାଏ । ଏହାରି ମଧ୍ୟରେ ଚାହିଦା ବଢ଼ୁଥିବାରୁ ପାର୍ବଣକୁ ଦୃଷ୍ଟିରେ ରଖି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇପାରେ । ଏହା ମଧ୍ୟ ସମ୍ଭବ ଯେ ସରକାର ମୂଲ୍ୟ ନବଦଳାଇ ପାରନ୍ତି ।

ଇ-ଚାଲାଣ :-

ଏନଆଇସି ଅନୁଯାୟୀ, ୧୦୦ କୋଟି କିମ୍ବା ତା’ଠାରୁ ଅଧିକ କାରବାର କରୁଥିବା ବ୍ୟବସାୟୀଙ୍କୁ ନଭେମ୍ବର ୧ ରୁ ୩୦ ଦିନ ମଧ୍ୟରେ ଇ-ଚାଲାଣ ପୋର୍ଟାଲରେ ଜିଏସ୍ଟି ଚାଲାଣ ଅପଲୋଡ୍ କରିବାକୁ ପଡିବ । ଜିଏସ୍ଟି କର୍ତ୍ତୃପକ୍ଷ ସେପ୍ଟେମ୍ବରରେ ଏହି ନିଷ୍ପତ୍ତି ନେଇଥିଲେ ।

ଆମଦାନି ସମ୍ବନ୍ଧୀୟ ଡେଡଲାଇନ୍ :-

ଅକ୍ଟୋବର ୩୦ ପର୍ଯ୍ୟନ୍ତ ଏଚଏସଏନ ୮୭୪୧ କାଟେଗୋରୀ ଅଧୀନରେ ଥିବା ଲାପଟପ୍, ଟାବଲେଟ୍, ବ୍ୟକ୍ତିଗତ କମ୍ପ୍ୟୁଟର ସମେତ ଅନେକ ଇଲେକ୍ଟ୍ରୋନିକ୍ ଉତ୍ପାଦ ଆମଦାନୀ ଉପରେ ସରକାର ରିହାତି ପ୍ରଦାନ କରିଥିଲେ । ନଭେମ୍ବର ୧ରୁ କ’ଣ ହେବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ସରକାର ଏ ସମ୍ପର୍କରେ କୌଣସି ଘୋଷଣା କରିନାହାଁନ୍ତି ।

ବନ୍ଦ ହୋଇଥିବା ଏଲଆଇଓ ପଲିସି ପୁଣି ହେବ ଚାଲୁ :-
ଯଦି ଆପଣଙ୍କର କୌଣସି ଏଲଆଇସି ପଲିସି ବନ୍ଦ ହୋଇଯାଇଛି ତେବେ ଏହାକୁ ୩୧ ଅକ୍ଟୋବର ସୁଦ୍ଧା ଆରମ୍ଭ କରନ୍ତୁ । ଆପଣ ୩୧ ଅକ୍ଟୋବର ପର୍ଯ୍ୟନ୍ତ କୌଣସି ଅସୁବିଧା ବିନା ଏହାକୁ ପୁଣି ଆରମ୍ଭ କରିପାରିବେ ।

Get real time updates directly on you device, subscribe now.