fbpx

Exclusive: ରାଜଧାନୀର ଲିଙ୍ଗିପୁର ଅଞ୍ଚଳରେ ଗାଡ଼ି ଆଗକୁ ହଠାତ୍ ମାଡ଼ି ଆସିଲା ଭୂତ! ଦେହରେ ନାହିଁ କପଡ଼ା, କେଶ ଝୁଲୁଛି ଭୂଇଁରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୂତ ନାଁ ଶୁଣିଲେ ସମସ୍ତଙ୍କର ଛାତିରେ ଭୟର ଶିହରଣ ଖେଳିଯାଏ । ତେବେ ନିକଟରେ ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଏକ ସ୍ଥାନରେ ଭୂତ ସାମ୍ନାକୁ ଆସିଛି । ବର୍ଷା ଝିପିଝିପି ବର୍ଷୁଥିବା ବେଳେ ହଠାତ୍ ଗାଡ଼ି ଆଗକୁ ମାସିଥିଲା ଏକ ଭୟଙ୍କର ଭୂତ । ରାତିର ଅନ୍ଧାକାରରେ ଭୂତଟି ପିଠି ତଳକୁ କଳି ରାସ୍ତାରେ ଚାଲୁଥିବା ଦେଖାଯାଇଥିଲା ।

ଖବର ମୁତାବକ, ରାସ୍ତା ଉପରେ ଗାଡ଼ି ସ୍ପିଡରେ ଚାଲିଥିଲା । ଡ୍ରାଇଭର ଭାଇ ଗାଡ଼ିକୁ ନେଇ ଯାଉଥିଲେ ତାଙ୍କର ଗନ୍ତବ୍ୟ ସ୍ଥଳ ଆଡ଼କୁ । ହେଲେ ହଠାତ୍ ଗାଡ଼ି ଆଗରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ଭୂତଟିଏ ଦୁଇ ହାତକୁ ତଳେ ଲଗାଇ ଚାଲୁଥିବା ଦେଖାଯାଇଥିଲା । ଏହାପରେ ଗାଡ଼ିର ବେଗ ସମ୍ପୂର୍ଣ୍ଣ ଭାବେ ଧୀର ହୋଇଯାଇଥିଲା । ଏହି ଦୃଶ୍ୟ ଯିଏ ବି ଦେଖିବ ତା’ ମନରେ ନିଶ୍ଚିତ ଭାବେ ଶିହରଣ ଖେଳିଯିବ ।

ଭୂତ ଗାଡ଼ି ଆଗକୁ ଆସିବାର ଦୃଶ୍ୟର ଭିଜୁଆଲ ସାମ୍ନାକୁ ଆସିଛି । ତେବେ ଉକ୍ତ ଦୃଶ୍ୟକୁ ଭଲ କରି ଦେଖିଲେ ଉକ୍ତ କାରନାମା କେହି ଜଣେ ମହିଳା କରୁଥିବା ଅନୁମାନ କରାଯାଉଛି । ମହିଳାଙ୍କ ଦେହରେ କପଡ଼ା ନଥିବା ବେଳେ ମୁଣ୍ଡର କେଶ ଭୂଇଁରେ ଝୁଲୁଥିଲା । ତାଙ୍କର ଦେହର ରଙ୍ଗ ଧଳା ହୋଇଥିବା ବେଳେ ଗାଡ଼ି ଆଲୁଅରେ ସେ ଆହୁରି ଭୟଙ୍କର ଦିଶୁଛନ୍ତି । ତେବେ ଏହି ଦୃଶ୍ୟଟି ସତ ହେଉ କି ମିଛ, ମାତ୍ର ଏହି ଭିଜୁଆଲ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ବାତାବରଣ ଖେଳିଯାଇଛି । କିଛି ସ୍ଥାନୀୟ ଯୁବକ ଏଭଳି ଭିଡିଓ ଭାଇରାଲ କରିଥିବାର ଅନୁମାନ କରାଯାଉଛି ।

Get real time updates directly on you device, subscribe now.