fbpx

(ଭିଡିଓ) ପୁରୀରେ ଭୂତ ଆତଙ୍କ! ସିସିଟିଭିରେ କଏଦ୍ ହେଲା ଦୃଶ୍ୟ, ଲୋକେ ଛାନିଆ

ପୁରୀ(ଓଡ଼ିଶା ଭାସ୍କର): ଲୋକମାନେ ପ୍ରାୟତଃ ଭୂତ-ପ୍ରେତ ଆଦିର କଥାକୁ ବିଶ୍ୱାସ କରନ୍ତି ନାହିଁ । କିଛି ଲୋକ ଏହାକୁ ମନର ଭ୍ରମ ବୋଲି ମଧ୍ୟ କହିଥାନ୍ତି । କିନ୍ତୁ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ସିସିଟିଭ ଫୁଟେଜ, ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ । ସିସିଟିଭିରେ ଭୂତ ଦେଖିବାକୁ ମିଳିଛି । ଏହି ଘଟଣା ପୁରୀରେ ଘଟିଥିବା ଜଣାପଡିଛି । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଲୋକଙ୍କ ମନରେ କୋକୁଆ ଭୟ ଛାଇଯାଇଛି ।

ତେବେ ପୁରୀ ସଦର ମୁକୁନ୍ଦ ମିଶ୍ର ନଗରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୋମବାର ବିଳମ୍ବିତ ରାତିରେ ଏକ ସିସିଟିଭିରେ ଏଭଳି ଦୃଶ୍ୟ କଏଦ ହୋଇଥିବା ବେଳେ ଏକ ଧଳା ଛାଇ ଦ୍ରୁତଗତିରେ ବୁଦା ଭିତରକୁ ପଶିଯିବା ପରେ ଗାୟବ ହୋଇଯାଉଥିବାର ଦେଖିବାକୁ ମିଳିଛି । ସିସିଟିଭିରେ କଏଦ୍ ହୋଇଥିବା ଏହି ଦୃଶ୍ୟକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଥିବାବେଳେ ଏହା ଭୂତ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.