fbpx

ଏହିଠାରେ ଅଛି ରାବଣଙ୍କ ଶ୍ୱଶୁର ଘର ଗାଁ: ଯେଉଁଠି ରାବଣକୁ ଦହନ ନୁହେଁ କରାଯାଏ . . .

ମଧ୍ୟପ୍ରଦେଶ: ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ପର୍ବର ବିଶେଷ ମହତ୍ୱ ଏବଂ ଗରୁତ୍ୱ ରହିଥାଏ । ଏକ ନିର୍ଦ୍ଧିଷ୍ଟ ତିଥିରେ ଏକ ନିର୍ଦ୍ଦିଶ୍ଟ ଦେବାଦେବୀ ଏହି ଧରାପୃଷ୍ଟକୁ ଅବତରଣ କରିଥାନ୍ତି ଏବଂ ତାଙ୍କ ଭକ୍ତମାନଙ୍କ ଉପରେ କୃପା ଦୃଷ୍ଟି ପକାଇଥାନ୍ତି । ତେବେ ବର୍ତ୍ତମାନ ଜଗତଜନନୀ ମା ଦୁର୍ଗା ଏହି ଧରାପୃଷ୍ଟରେ ବିରାଜମାନ ଅଛନ୍ତି । ଯାହାକୁ ସାରା ଦେଶ ଖୁବ୍ ଧୁମଧାମରେ ପାଳନ କରୁଛି । ଆଜି ହେଉଛି ଜଗତଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା । ଏହି ଦିନ ମା ଦୁର୍ଗତି ନାଶିନୀ ମହିଷାସୁର କୁ ବଧ କରି ପୃଥିବୀରୁ ଅତ୍ୟାଚାରକୁ ବିନାଶ କରିଥିଲେ । କୁହାଯାଏ ଯେ ଦଶହରା ବା ବିଜୟା ଦଶମୀ ହେଉଛି ଅସତ୍ୟ ଉପରେ ସତ୍ୟର ଜୟ ,ଅଧର୍ମ ଉପରେ ଧର୍ମର ଜୟ , ଅନ୍ୟାୟ ଉପରେ ନ୍ୟାୟ ର ବିଜୟ, ଅନ୍ଧାର ଉପରେ ଆଲୋକ ର ବିଜୟ ।

ଏହି ବିଜୟା ଦଶମୀ ଦିନ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ମା ସୀତାଙ୍କୁ ଉଦ୍ଧାର କରିଥିଲେ । ତେଣୁ ଏହି ଦିନ ହିନ୍ଦୁ ପରମ୍ପରା ଅନୁସାରେ ପ୍ରତିବର୍ଷ ଦଶହରା ଦିନ ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ରାବଣ ଦହନ କରାଯାଇ ଥାଏ । କିନ୍ତୁ ଭାରତର ଗୋଟିଏ ଏଭଳି ସ୍ଥାନ ରହିଛି ଯେଉଁଠି ଲୋକମାନେ ରାବଣଙ୍କୁ ଦହନ କରିବା ପରିବର୍ତ୍ତେ ରାବଣଙ୍କୁ ବର୍ଷ ସାରା ପୂଜା କରାଯାଇଥାଏ । ର୍ତ୍ତମାନ ଆସନ୍ତୁ ଜାଣିବା ଏଠାରେ କାହିଁକି ଏପରି କରାଯାଇଥାଏ ଏବଂ କଣ ରହିଛି ଏହାର କାରଣ ।

ତେବେ ମଧ୍ୟପ୍ରଦେଶର ମନ୍ଦସୋର୍ ଜିଲ୍ଲାରେ ରାବଣଙ୍କର ୨୦୦ ବର୍ଷ ପୁରୁଣା ଗୋଟିଏ ମୂର୍ତ୍ତି ରହିଛି । ଯାହାକୁ ଲୋକମାନେ ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ପୂଜା କରି ଥାଆନ୍ତି ।ତେବେ ମନ୍ଦ୍ ସୋର୍ ଜିଲ୍ଲାର ଖାନପୁରା କ୍ଷେତ୍ରର ରୁଣ୍ଡି ଠାରେ ରାବଣଙ୍କର ଦଶାନନଃ ଅବତାର ଅର୍ଥାତ ୧୦ ମୁଣ୍ଡ ଥିବା ମୂର୍ତ୍ତି ସ୍ଥାପନା କରାଯାଇଛି । ତେବେ ଏହି ରୁଣ୍ଡୀ ଗ୍ରାମକୁ ରାବଣଙ୍କ ଶ୍ୱଶୁର ଘର ଗାଁ ବୋଲି ମାନ୍ୟତା ରହିଛି । କୁହାଯାଏ ଯେ ମନ୍ଦୋଦରୀଙ୍କର ଏହା ପୈତୃକ ଗ୍ରାମ । ମାନ୍ୟତା ଅନୁସାରେ ମନ୍ଦୋ ସୋର୍ କୁ ମନ୍ଦୋଦରୀଙ୍କ ନାମ ସହିତ ଯୋଡ଼ା ଯାଇଥାଏ ।

ତେଣୁ ଉକ୍ତ ଗ୍ରାମ ଟି ରାବଣଙ୍କ ଶ୍ୱଶୁର ଘର ଗାଁ ଅଟେ । କିନ୍ତୁ ଏଠାରେ ମହିଳାମାନେ ବିନା ଓଢଣୀରେ ରାବଣ ଙ୍କ ପ୍ରତିମା ସମ୍ମୁଖକୁ ଯାଆନ୍ତି ନାହିଁ । କାରଣ ଏଠାକାର ଲୋକ ମାନେ ରାବଣ ଙ୍କୁ ଜ୍ୱାଇଁ ଭାବରେ ଗ୍ରହଣ କରିଥିବାରୁ ଏହି ପ୍ରଥା ରହିଥିବା ଜଣା ପଡିଛି । ମାନ୍ୟତା ଅନୁସାରେ ଏଠାରେ ଥିବା ରାବଣ ମୂର୍ତ୍ତିର ଗୋଡ଼ରେ କଳା ସୂତା ବାନ୍ଧିବା ଦ୍ୱାରା ରୋଗ ବୈରାଗରୁ ମୁକ୍ତି ମିଳିଥାଏ । ତେଣୁ ଏଠାକାର ମହିଳା ମାନେ ଦଶହରା ଦିନ ରାବଣଙ୍କ ଗୋଡ଼ରେ କଳସୂତା ବାନ୍ଧି ଥାଆନ୍ତି । ଏଠାରେ ଥିବା ନାମଦେବ ସମାଜର ଲୋକ ମାନେ ଦଶହରା ଦିନ ରାବଣ ମୂର୍ତ୍ତିର ପୂଜା କରନ୍ତି । ଦଶହରା ଦିନ ଗାଁ ର ନାମଦେବ ସମାଜର ଲୋକମାନେ ଏକାଠି ହୋଇ ପ୍ରତିମା ସମ୍ମୁଖ ରେ ଉପସ୍ଥିତ ହୁଅନ୍ତି ଓ ପୂଜାର୍ଚ୍ଚନା କରନ୍ତି । ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଏଠାରେ ରାବଣଙ୍କ ମୂର୍ତ୍ତି କୁ ବିଧିବଦ୍ଧ ଭାବରେ ପୂଜା କରାଯାଇ ଥାଏ ।

Get real time updates directly on you device, subscribe now.