fbpx

(Video) ଏୟାରପୋର୍ଟରେ ଗରବା ଖେଳିଲେ କର୍ମଚାରୀ: ତାଳରେ ତାଳ ମିଶାଇ ନାଚିଲେ ଯାତ୍ରୀ…

ନବରାତ୍ରିରେ ଗରବା ଖେଳିବାକୁ କିଏ ବା’ ପସନ୍ଦ ନକରେ । ନବରାତ୍ରି ସତେ ଯେପରି ଗରବା ବିନା ଅଧୁରା । ଏଥିପାଇଁ ତ’ ଅନେକ ସ୍ଥାନରେ ନବରାତ୍ରିରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଏକାଠି ହୋଇ ଗରବା ଖେଳିଥାନ୍ତି । ଗରବା ଖେଳିବାକୁ ଲୋକଙ୍କ ମନରେ ଏକ ଅପୂର୍ବ ଉତ୍ସାହ ଭରିରହିଥାଏ । ତେବେ ବର୍ତ୍ତମାନ ଏହି ଗରବାକୁ ନେଇ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣବି ଖୁସିରେ ନାଚିଉଠିବେ ।

କାରଣ ଏଠାରେ ଗରବା କୌଣସି କାର୍ଯ୍ୟକ୍ରମରେ ଖେଳାଯାଉନାହିଁ । ଏହି ଗରବା ଖେଳାଯାଉଛି ପୁଣି ଏୟାରପୋର୍ଟ ଭିତରେ । ଆଜ୍ଞା ହଁ, ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ହୁଏତ ନିଶ୍ଚୟ ଖୁସିରେ ହୋଇଯିବେ । କାରଣ ଭିଡିଓରେ ଦେଖାଯାଉଛି ଯେ ଏକ ବେସରକାରୀ ବିମାନ କମ୍ପାନୀର କର୍ମଚାରୀ ଏବଂ ପାସେଞ୍ଜରମାନେ ଏବଂ ବିମାନ ବନ୍ଦରର କିଛି ସୁରକ୍ଷା ଅଧିକାରୀର ଗରବା କରୁଛନ୍ତି । ଭିଡିଓଟି ଭୋପାଳର ରାଜାଭୋଜ୍ ଏୟାରପୋର୍ଟର ।

ପ୍ରକୃତରେ କିଛି ଯାତ୍ରୀ ଭୋପାଳ-ଅହମ୍ମଦାବାଦ ଇଣ୍ଡିଗୋ ବିମାନର ଅପେକ୍ଷା କରିଥିଲେ । କିନ୍ତୁ କୌଣସି କାରଣରୁ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା । ଆଉ ଏହାପରେ ବିମାନ କମ୍ପାନୀର ଷ୍ଟାଫ୍ ମୋବାଇଲରେ ଗରବା ଟ୍ୟୁନ୍ ଲଗାଇଥିଲେ ଆଉ ନାଚିବାକୁ ଆରମ୍ଭ କରିଦେଇଥିଲେ । ତା’ପରେ ଆଉ କ’ଣ ଦେଖୁ ଦେଖୁ ସେମାନଙ୍କ ସହ କିଛି ଯାତ୍ରୀ ଏବଂ ଦୁଇ ଜଣ ସୁରକ୍ଷା କର୍ମୀ ମଧ୍ୟ ନାଚିବାକୁ ଲାଗିଥିଲେ । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସତରେ ଏହାହିଁ ତ’ ହେଉଛି ଆମ ଭାରତୀୟ ପରମ୍ପରା । ଯାହାକି ଆମ ସମସ୍ତଙ୍କୁ ଏକ ନିଆରା ସମ୍ପର୍କରେ ବାନ୍ଧିରଖିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.