fbpx

ସତରେ ରହିଛନ୍ତି ଭୂତ, ପ୍ରମାଣ କରି ଦେଖାଇଲେ ଏହି ଅନୁସନ୍ଧାନକାରୀ

ୱାଶିଂଟନ୍: ଆମେ ବର୍ତ୍ତମାନ ଆଧୁନିକ ଯୁଗରେ ବଞ୍ଚୁଛେ । ବିଜ୍ଞାନରେ ଏବେ ଅନେକ ବିକାଶ ହୋଇଗଲାଣି । ହେଲେ ଆଜିବି କିଛି ଲୋକ ଏପରି ରହିଛନ୍ତି ଯେଉଁମାନେ ଭୂତ ପ୍ରେତକୁ ବିଶ୍ୱାସ କରନ୍ତି । ସେମାନେ ଚିନ୍ତାଧାରା ଅନୁସାରେ ଭୂତ ରହିଛନ୍ତି । ଏହା ଭିତରେ ଆମେରିକାରେ ରହୁଥିବା ଜରେ ମନୋବୈଜ୍ଞାନିକ ଏକ ଆଶ୍ଚର୍ଯ୍ୟ କରିବା ପରି ଦାବି କରିଛନ୍ତି । ତାଙ୍କ କହିବା କଥା ଯେ, ଭୂତ ମାନେ ଟେକ୍ସଟ୍ ମେସେଜ୍ କରିବା ଶିଖିଯାଇଛନ୍ତି । ସେମାନେ ମେସେଜ୍ ଜରିଆରେ ଡରାଉଛନ୍ତି ।

ରିପୋର୍ଟ ଅନୁସାରେ, ସ୍ଟୀଫେନ୍ ରୋସେଟ୍ଟୀ ହେଉଛନ୍ତି ଜଣେ ମନୋବିଜ୍ଞାନୀ ଓ କାଉନସିଲର୍ । ସେ ଦାବି କରିଛନ୍ତି ଯେ, ସେ ଭୂତ ବାହାର କରିବା କାମ କରନ୍ତି । ଏହି କାରଣରୁ ତାଙ୍କୁ ଓ ତାଙ୍କ ପରିବାରକୁ ଏବଂ ପୀଡ଼ିତଙ୍କ ପାଖକୁ ମେସେଜ୍ ପଠାଇ ଭୂତ ମାନେ ଡରାଉଛନ୍ତି । ଜାଣିଥାନ୍ତୁ ଯେ, ସ୍ଟୀଫେନ୍ ହେଉଛନ୍ତି ଆମେରିକାର ଜଣେ ଜଣାଶୁଣା ଚେହେରା । ସେ ଆମେରିକାର ଏକ ଟିଭି ଶୋ ରେ ବି ନଜର ଆସନ୍ତି ।

ସେ ଏମିତି ତିନି ଘଟଣାର ସାକ୍ଷୀ ରହିଛନ୍ତି ଯେଉଁଠାରେ ଭୂତ ମାନେ ଟେକ୍ସଟ୍ ମେସେଜ୍ କରି ଡରାଇଛନ୍ତି । ସ୍ଟୀଫେନ୍ ଗୋଟିଏ ସପ୍ତାହରେ ପାଖାପାଖି ୨୦ଟି ଭୂତ ବା ଆତ୍ମାକୁ ବାହାର କରନ୍ତି । ତେଣୁ ଭୂତ ମାନେ ତାଙ୍କୁ ଡରାଇଥାନ୍ତି । ସେ କୁହନ୍ତି ଯେ, ଭୂତ ମାନେ କ୍ଷମତାଶାଳୀ, ଧନୀ ଶ୍ରେଣୀର ଲୋକମାନଙ୍କୁ ଟାର୍ଗେଟ କରନ୍ତି । ସେ କହିଛନ୍ତି ଯେ, ଭୁତ ମାନଙ୍କ ପାଖରେ ଅନେକ ଶକ୍ତି ରହିଛି ଯେଉଁଥିରେ ସେ ଦୁନିଆକୁ ଓଲଟପାଲଟ କରିପାରିବେ । ପୂର୍ବରୁ ବି ଶୁଣିବାକୁ ମିଳିଛି ଭୂତ ମାନେ ଟିଭି ଅନ-ଅଫ୍ କରିବା ଓ ଲାଇଟ୍ ଅଫ୍ କରିବା ଓ ଅନ୍ କରିବା ଭଳି କାର୍ଯ୍ୟକଳାପ ଦେଖାଇଛନ୍ତି ।

ଭୁତ ପଠାଉଥିବା ମେସେଜ୍ ରେ ଲେଖାଯାଇଥିଲା ଯେ, ତାର(ପୀଡ଼ିତା) କଷ୍ଟ ଆରମ୍ଭ ହୋଇଯାଇଛି ପାଦ୍ରୀ, ସାରା ରାତି ହେବ । ଆମେ ତାର ରକ୍ତ ବୁହାଇ ଦେବୁ ।

Get real time updates directly on you device, subscribe now.