fbpx

ଆଣ୍ଠୁରୁ ରକ୍ତ ଝରୁଥିଲା, ତଥାପି ବୋଲିଂ କରି ଚାଲିଥିଲେ ଆଣ୍ଡରସନ, ସଲାମ କରୁଛନ୍ତି କ୍ରିକେଟ୍ ପ୍ରେମୀ

ନୂଆଦିଲ୍ଲୀ : ଝାଳ ଓ ରକ୍ତ ବୁହା ପରିଶ୍ରମର ଆୟ । ଏହି ଉକ୍ତିଟି ଆମେ ତେବେ ଶୁଣୁ ଯେବେ କିଏ ନିଜର ଦୃଢ ଇଚ୍ଛା ଶକ୍ତି ଏବଂ ପରିଶ୍ରମ ବଳରେ କିଛି ହାସଲ କରିଥାଏ । କ୍ରିକେଟ୍ ପଡିଆରେ ଆମେ ଖେଳାଳିଙ୍କୁ ସାଧାରଣତଃ ମ୍ୟାଚ୍ ଜିତିବା ପାଇଁ ଝାଳ ବୁହାଉଥିବା ଦେଖିବାକୁ ପାଇଥାଉ । ହେଲେ ଯେତେବେଳେ କୌଣସି ଖେଳାଳି ଶରୀରରୁ ରକ୍ତ ବହୁଥିଲେ ମଧ୍ୟ ଏହାକୁ ଖାତିର ନକରିି ଖେଳି ଚାଲେ ତେବେ ତାକୁ ଆପଣ କଣ କହିବେ । ଇଂଲଣ୍ଡ ଓ ଭାରତ ମଧ୍ୟରେ ଜାରି ଚତୁର୍ଥ ଟେଷ୍ଟରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଜେମ୍ସ ଆଣ୍ଡରସନ ଆଣ୍ଠୁରୁ ରକ୍ତ ଝରୁଥିଲେ ମଧ୍ୟ ନିଜର ଖେଳ ଜାରି ରଖିଥିଲେ ।

 

ଏମିତି ଦୃଶ୍ୟ ପ୍ରଥମେ ଆଇପିଏଲରେ ଦେଖିବାକୁ ମିଳିଥିଲା । ଚେନ୍ନାଇ ସୁପରକିଙ୍ଗ୍ସର ଓପନର ସେନ ୱାଟସନ ଫାଇନାଲ୍ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରକ୍ତରେ ଜୁଡୁବୁଡୁ ଆଣ୍ଠୁ ସହ ଶତକୀୟ ଇନିଂସ ଖେଳିଥିଲେ । ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଆଣ୍ଡରସନ ଆଘାତ ଆଣ୍ଠୁ ସହ ଖେଳୁଥିବା ନଜର ଆସିଛନ୍ତି ।

 

ଯେବେ ଟ୍ୱିଟରରେ ତାଙ୍କର ଏହି ଫଟୋ ଭାଇରାଲ ହେଲା, ତ କ୍ରିକେଟ୍ ପ୍ରେମୀ ୩୯ ବର୍ଷୀୟ ଆଣ୍ଡରସମନଙ୍କ ଖେଳ ପ୍ରତି ଥିବା ମନୋଭାବକୁ ଖୁବ୍ ପ୍ରଶଂସା କରିଛନ୍ତି । ଟେଷ୍ଟ କ୍ରିକେଟରେ ଦ୍ରୁତ ବୋଲର ଭାବେ ସର୍ବାଧିକ ୱିକେଟ୍ ନେଇଥିବା ଜେମ୍ସ ଆଣ୍ଡରସନ କ୍ୟାରିୟରର ଅପରାହ୍ନରେ ପହଞ୍ଚିଛନ୍ତି । ଏହି ବର୍ଷ ତାଙ୍କ କ୍ୟାରିୟରର ଶେଷ ବର୍ଷ ହୋଇପାରେ । ତାଙ୍କର ଖେଳୁଆଡ ମନୋଭାବ ଦେଖି କ୍ରିକେଟ୍ ପ୍ରେମୀ ଆଣ୍ଡରସନଙ୍କୁ ସଲାମ କରିଛନ୍ତି।

 

Get real time updates directly on you device, subscribe now.