fbpx

ଖାଦ୍ୟ ସଙ୍କଟ: ଶ୍ରୀଲଙ୍କାରେ ଜାରି ହେଲା ଫୁଡ୍ ଏମର୍ଜେନ୍ସି, ଦୋକାନ ବାହାରେ ଲମ୍ବା ଲାଇନ୍

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି । ଲୋକ ମାନଙ୍କ ପାଖରେ ଖାଇବା ପାଇଁ ଡହଳବିକଳ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସେଠାରେ ଖାଦ୍ୟକୁ ନେଇ ସଙ୍କଟ ଦେଖାଦେବା ପରେ ଜରୁରୀକାଳୀନ ପରିସ୍ଥିତି ନେଇ ଘୋଷଣା କରାଯାଇଛି । ଘରୋଇ କମ୍ପାନୀ ମାନଙ୍କରେ ବିଦେଶୀ ମୁଦ୍ରା ନଆସିପାରୁଥିବାରୁ ଲୋକମାନେ ଏବେ ଘୋର ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି ।

ଚାଉଳ ଏବଂ ଚିନି ସମେତ ଅତ୍ୟାବଶ୍ୟକ ସାମଗ୍ରୀ ସଂରକ୍ଷଣକୁ ରୋକିବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ମଙ୍ଗଳବାର ଦିନ ଜନ ନିରାପତ୍ତା ନିୟମ ଅନୁଯାୟୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରିରୁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ଏହି ସମୟରେ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଦୋକାନ ଗୁଡ଼ିକ ବାହାରେ ଲୋକମାନଙ୍କ ଲମ୍ବାଲାଇନ୍ ଦେଖିବାକୁ ମିଳିଥିଲା । ସରକାର ବ୍ୟବସାୟୀମାନଙ୍କୁ ହୋର୍ଡିଂ ପାଇଁ ଦାୟୀ କରୁଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଧାନ, ଚାଉଳ, ଚିନି ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଭୋକ୍ତାଙ୍କ ଯୋଗାଣକୁ ସମନ୍ୱିତ କରିବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଜଣେ ପ୍ରମୁଖ ସେନା ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସେବା କମିଶନର ଭାବେ ନିଯୁକ୍ତ କରିଛନ୍ତି ।

Get real time updates directly on you device, subscribe now.