fbpx
BJD SKY
BJD SKY

Team Indiaର ଶତକବୀର ଗିଲ୍: ତୃତୀୟ ଦିନରେ ଲଢୁଛନ୍ତି ଦଳର ଷ୍ଟାର ଓପନର

BJD

ଅହମ୍ମଦାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଦମଦାର ଶତକ ଅର୍ଜନ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲ୍ । ମର୍ଫିଙ୍କ ବଲକୁ ଚୌକା ମାରି ନିଜର ଦବିତୀୟ ଟେଷ୍ଟ ଶତକ ହାସଲ କରିଛନ୍ତି ଶୁଭମନ । ଏହାସହିତ ଭାରତକୁ ଏକ ବିପଦରୁ ରକ୍ଷା କରିବା ପାଇଁ ସେ ଲଢେଇ ଜାରି ରଖିଛନ୍ତି । ଏହି ଶତକକୁ ସେ ନିଜ ଅନ୍ଦାଜରେ ସେଲିବ୍ରେଟ କରିଥିବା ଦେଖିବାକୁ ମିଳିଛି ।

Image

୩୬ ରନରୁ ତୃତୀୟ ଦିନର ଖେଳ ଆରମ୍ଭ କରିଥିଲେ ଭାରତର ରୋହିତ-ଗିଲ୍ ଯୋଡି । ତେବେ ପ୍ରଥମ ସେସନରେ ହିଁ ଶୁଭମନଙ୍କ ହାତ ଛାଡି ଦେଇଥିଲେ ଅଧିନାୟକ ରୋହିତ । ବ୍ୟକ୍ତିଗତ ୩୫ ରନ କରି ସେ ପାଭିଲିୟନ ଫେରିଥିଲେ । ଏହାପରେ ଗିଲଙ୍କ ସହ ପାଳିକୁ ମଜବୁତ ସ୍ତିତିକୁ ଆଣିବା ପାଇଁ ଚେଷ୍ଟା କରିଥିଲେ ଚେତେଶ୍ୱର ପୂଜାରା । ଉଭୟଙ୍କ ଯୋଡି କିଛି ସମୟ ପର୍ଯ୍ୟନ୍ତ ଏକ ବଡ ପାର୍ଟନରସିପ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବ୍ୟକ୍ତିଗତ ୪୨ ରନରେ ପୂଜାରା ନିଜ ୱିକେଟ ହରାଇ ଦେଇଥିଲେ । ସେପଟେ ଭାରତକୁ ମଜବୁତ ସ୍ଥିତିକୁ ଆଣିବା ପାଇଁ ଏକା ଲଢେଇ କରୁଛନ୍ତି ଶୁଭମନ ଗିଲ । ଗୋଟିଏ ପାଖରେ ଠିଆ ହୋଇ ସେ ହାସଲ କରିଛନ୍ତି ନିଜର ଦ୍ୱିତୀୟ ଶତକ । ଏହା ସହିତ ଭାରତ ମଧ୍ୟ ୨୦୦ ରନ ପାଖରେ ପହଞ୍ଚିଛି ।

୧୯୩ ବଲରୁ ୧୦ଟି ଚୌକା ଏବଂ ଗୋଟିଏ ଛକା ସହ ନିଜର ଏହି ଦ୍ୱିଶତକ ହାସଲ କରିଛନ୍ତି ଶୁଭମନ । ଅଷ୍ଟ୍ରେଲିଆର ମର୍ଫିଙ୍କ ବଲକୁ ଚୌକା ମାରି ସେ ନିଜ ଶତକରେ ପହଞ୍ଚିଛନ୍ତି । ଶୁଭମନଙ୍କ ଦ୍ୱିଶତକ ଭାରତ ପାଇଁ ଏକ ଆଶାର ସଞ୍ଚାର କରିଛି । ତୃତୀୟ ଟେଷ୍ଟରେ ଭାରତର ଦୁର୍ବଳ ବ୍ୟାଟିଂକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ଏହି ମ୍ୟାଚରେ ସେହି ପ୍ରଶ୍ନର ଉଚିତ ଜବାବ ଦେଇଛନ୍ତି ଦଳର ଷ୍ଟାର ଓପନର ଶୁଭମନ ଗିଲ୍ । ତେବେ ଶତକକୁ ଆହୁରି ବଡ ପାଳିରେ ପରିଣତ କରି ଭାରତକୁ ଆହୁରି ମଜବୁତ କରିବା ପାଇଁ ଦଳ ଆଶା ରଖିଛି ।

Shubman Gill and Virat Kohli upped the scoring rate after lunch |  ESPNcricinfo.com

ଖବର ଲେଖାହେବା ସୁଦ୍ଧା ଭାରତ ୨ଟି ୱିକେଟ ହରାଇ ୧୯୬ ରନରେ ପହଞ୍ଚିଛି । ବର୍ତ୍ତମାନ ଅଷ୍ଟ୍ରେଲିଆଠାରୁ ୨୮୪ ରନ ପଛରେ ରହିଛି ରୋହିତ ସେନା । ତେବେ ରୋହିତ ଏବଂ ପୂଜାରା ଆଉଟ ହେବା ପରେ ଶୁଭମନଙ୍କ ସହ ମିଶି ଭାରତର ପାଳିକୁ ଆଗେଇ ନେବା ପାଇଁ ଚେଷ୍ଟା କରୁଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି ।

Get real time updates directly on you device, subscribe now.