fbpx
BJD SKY
BJD SKY

ବିଲାତି ପରେ ଏବେ ଅଦା କିଲୋ ପିଛା ୩୦୦ ଟଙ୍କା, ଧନିଆ ପାର କଲା ୨୦୦

BJD

ନୂଆଦିଲ୍ଲୀ: ବିଲାତି ଦାମ ବଢିବା ପରେ ଏବେ ସମସ୍ତ ପରିବାରରେ ଦର ବୃଦ୍ଧି ପାଇଛି । ଦେଶର ବହୁ ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପରିବା ଦର ବଢିବାରେ ଲାଗିଛି । ମାଗଣା ମିଳୁଥିବା ଧନିଆ ମଧ୍ୟ କିଲୋ ପିଛା ୨୦୦ ଟଙ୍କା ପାର କରିଛି । ପରିବା ବ୍ୟବସାୟୀଙ୍କ ଅନୁଯାୟୀ, ଅଦା ୨୫୦ ରୁ ୩୦୦ ଟଙ୍କା କିଲୋଗ୍ରାମ ପିଛା ବିକ୍ରୀ ହେଉଛି । ରଶୁଣ ଯେଉଁଠାରେ ୨୦୦ ଟଙ୍କା କିଲୋଗ୍ରାମ ପିଛା ବିକ୍ରି ହେଉଛି, ସେଠାରେ ବିନ୍ ୧୬୦ ଏବଂ କଞ୍ଚାଲଙ୍କା ୧୦୦ ରୁ ୧୨୦ କିଲୋଗ୍ରାମ ପିଛା ବିକ୍ର ହେଉଛି ।

ଏବେ ବଜାରରେ ବିଲାତି ଦର କମି ୨୫୦ ରୁ ୧୫୦ ତଳକୁ ଖସି ଆସିଛି । ଏହା ମଧ୍ୟରେ ଏପ୍ରିଲ, ମେ’ ମାସ ତୁଳନାରେ ୩ ଗୁଣା ବଢି ବିକ୍ରି ହେଉଛି । ଆକାଶ ଛୁଅାଁ ଦରଦାମ କାରଣରୁ ଟମାଟର ମଧ୍ୟବର୍ତ୍ତୀ ପରିବାର ହେଉ କି ବଡ଼ ବଡ଼ ଖାଦ୍ୟ କମ୍ପାନୀ ଖାଦ୍ୟରେ ବିଲାତି ବ୍ୟବହାର କରୁନାହାନ୍ତି । ଏଥିରେ ବେପାରୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏଥି ସହ ସେଓ କିଲୋ ଏକ ବକ୍ସକୁ ୨,୨୦୦ ଟଙ୍କା ରହିଛି, ଯାହା ପୂର୍ବରୁ ୧୨,୦୦ ରୁ ୧,୫୦୦ ଟଙ୍କା ପ୍ରତି ବକ୍ସ ପିଛା ବିକ୍ରି ହେଉଥିଲା ।

ଉତ୍ତର ଭାରତରେ ଲଗାଣିଆ ବର୍ଷା କାରଣରୁ ପନିପରିବା ପ୍ରଭାବିତ ହୋଇଛି । ଏଥିଲାଗି ଦରଦାମ ବର୍ତ୍ତମାନ ବହୁ ଅଧିକ ଅଛି । ଏଥିରେ ପରିବହନ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ଅଟେ । ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣା ବନ୍ୟା, ଭୂସ୍ଖଳନ ଲାଗି ଫସଲ ଖରାପ ହେବାରେ ଦର ଦାମ ବୃଦ୍ଧି ଘଟିଛି ।

Get real time updates directly on you device, subscribe now.