ଶୀତଳ ଷଷ୍ଠୀରେ ଉଦଳାରେ ନାଗ କନ୍ୟା! ସାପ ପରି ଭୂଇଁରେ ଗଡ଼ୁଛି ଝିଅ

ସାପ ପରି ଫଁ ଫଁ ହେଉଛି ଝିଅ । ସାପକୁ ମାରିଲେ ଝିଅ ଦେହରେ ଦାଗ ହେଉଛି ।

ମୟୁରଭଞ୍ଜ: ମୟୁରଭଞ୍ଜ ଉଦଳାରୁ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ଝିଅଟିଏ ସାପ ପରି ଆଚରଣ କରୁଛି । ଘରେ ସାପ ପସିଥିବାର ଦେଖି ଘରଲୋକେ ସ୍ନେକ୍ ରେସ୍କ୍ୟୁ ହେଲ୍ପଲାଇନକୁ ଫୋନ୍ କରିଥିଲେ ।

ହେଲେ ସାପକୁ ଯେତେବେଳେ ଘରୁ ବାହାର କରିବା କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ ହଠାତ୍ ଝିଅଟି ଭୂଇଁରେ ଗଡ଼ିବା ଆରମ୍ଭ କଲା । ସାପ ଭଳି ଫଁ ଫଁ ହେବା ସହ ସାପକୁ ଘରୁ ବାହାର କର ନାହିଁ ବୋଲି କହିଲା ।

ଏହାଦେଖି ସ୍ଥାନୀୟ ଅଞ୍ଚଳର ଲୋକମାନେ ଆଶର୍ଯ୍ୟ ହୋଇଯାଇଛନ୍ତି । ସାପକୁ ବାହାର କରିବା ପାଇଁ କିଛି ଲୋକ ତାକୁ ଖେଞ୍ଚିବା ଦ୍ୱାରା ଝିଅ ଦେହରେ ଆଘାତ ଚିହ୍ନ ହୋଇଯାଇଥିବା ଦେଖିବାକୁ ମିଳିଛି ।

ପୂର୍ବରୁ ନାଗପଞ୍ଚମୀ ଇତ୍ୟାଦି ଶିବଙ୍କ ବିଶେଷ ପୂଜାରେ ଝିଅ ଦେହ ସାପ ପରି ହୋଇଯାଉଥିବା ସେ ନିଜେ କହିଛନ୍ତି । ଏ ନେଇ କୌଣସି ସତ୍ୟସେତ୍ୟ ପ୍ରମାଣ ନାହିଁ ଯେ, ଝିଅଟି ଏପରି ଆଚରଣ କ’ଣ ପାଇଁ କରୁଛି ।

ଝିଅ ମଧ୍ୟ ଜାଣିପାରୁ ନାହିଁ ତା’ ଦେହରେ ଏ ପରିବର୍ତ୍ତନ କିପରି ଆସୁଛି ।

ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ ମତରେ ଏହା ଏକ ରୋଗ । ଶିବଙ୍କୁ ପୂଜା କରିବା ଦ୍ୱାରା ତା’ ମନରେ ଶିବ ଓ ଠାକୁରଙ୍କୁ ନେଇ ଅଧିକ ସମ୍ବେଦନଶୀଳ ରହିବା ଯାଗୁଁ ଏ ପରିବର୍ତ୍ତନ ଦେଖାଯାଇଛି ।

ଏମିତି ଅନେକ ରୋଗୀ ଅଛନ୍ତି ଯେଉଁମାନେ ହନୁମାନଙ୍କ ପରି ଆଚରଣ କରନ୍ତି, ତେବେ ଏହା ଏକ ରୋଗ ବୋଲି ମାନସିକ ରୋଗ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।