fbpx

ମହଙ୍ଗା ପଡ଼ିଲା ଶାରୀରିକ ସମ୍ପର୍କ: ଜାଣିଣୁଣି HIV ଦେଲା ଯୁବକ, ବର୍ଷକ ପରେ ପୁଣି ଦେଖା ହେବାରୁ…

ନୂଆଦିଲ୍ଲୀ: ଅନେକଥର ଜୋସ୍ ରେ ଆସି ଲୋକମାନେ ହୋସ୍ ହରାଇବସନ୍ତି, ଯାହାକୁ ନେଇ ପରେ ଅନୁତାପ କରିବାକୁ ପଡେ । ଜଣେ ମହିଳାଙ୍କ ସହ ବି କିଛି ଏପରି ଘଟିଛି । ଜଣେ ଯୁବକଙ୍କ ସହ ରିଲେସନସିପରେ ଆସିବା ମହିଳାଙ୍କୁ ମହଙ୍ଗା ପଡ଼ିଛି । ମହିଳା ଜଣକ ସେହି ବ୍ୟକ୍ତିଙ୍କୁ ଡେଟିଂ ଆପ ଜରିଆରେ ଭେଟିଥିଲେ । କିନ୍ତୁ ବ୍ୟକ୍ତିଜଣକ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇଦେବେ ବୋଲି ମହିଳା ଜାଣି ନଥିଲେ ।

ମହିଳା କହିଛନ୍ତି ଯେ, ସେ ଜଣେ ବ୍ୟକ୍ତିଙ୍କ ସହ ରିଲେସନ ରଖିଥିଲେ । କିନ୍ତୁ ଯୁବକ ଜଣକ ଏଚଆଇଭି ପଜିଟିଭ ଥିଲେ । ସେ ନିଜ ଅବସ୍ଥା ବିଷୟରେ ମହିଳାଙ୍କୁ ମିଛ କହିଥିଲେ । କିନ୍ତୁ ପରେ ମହିଳା ସେହି ଯୁବକଙ୍କୁ କ୍ଷମା କରିଦେଇଥିଲେ ।

ନିଜ ପ୍ରେମ କାହାଣୀ ବିଷୟରେ ସେ ବର୍ଣ୍ଣନା କରି କହିଛନ୍ତି ଯେ, ୨୦୦୩ରେ ସେ ୧୯ ବର୍ଷର ଥିଲେ ଓ ଅଷ୍ଟ୍ରେଲିଆରେ ପାଠ ପଢ଼ୁଥିଲେ । ସେହି ସମୟରେ ଡେଟିଂ ୱେବସାଇଟରେ ସେ ଜଣେ ହ୍ୟାଣ୍ଡସମ୍ ଯୁବକ ସହ କଭଥା ହୋଇଥିଲେ । କିଛି ଦିନର ଚାଟିଂ ପରେ ସେମାନେ ଦେଖା ହେବାର ପ୍ଲାନିଂ କରିଥିଲେ ।

ଯୁବକ ଜଣକ ଘରକୁ ଆସିବାରୁ ସବୁକିଛି ବଦଳିଯାଇଥିଲା । ରୋମାନ୍ସ ବେଳେ ତୁମକୁ ଏଚଆଇଭି ହୋଇଛି କି ନାହିଁ ବୋଲି ମହିଳା ଯୁବକଙ୍କୁ ପଚାରିଥିଲେ । ଏଥିରେ ଯୁବକ ମନା କରିଥିଲେ ଓ ଦୁହେଁ ଶାରୀରିକ ସମ୍ପର୍କ ରଖିଥିଲେ । କିଛି ମାସ ପରେ ମହିଳାଙ୍କୁ ଜ୍ୱର ହୋଇଥିଲା ଓ ଟେଷ୍ଟ ପରେ ତାଙ୍କ ରିପୋର୍ଟ ଏଚଆଇଭି ପଜିଟିଭ ଆସିଥିଲା ।

କିଛି ମାସ ବିତିବା ପରେ ସେ ଏକ ଏଚଆଇଭି ଫ୍ରେଣ୍ଡଲି ଡେଟିଂ ୱେବସାଇଟ ସର୍ଚ୍ଚ କରିଥିଲେ ସେଠାରେ ରହୁଥିବା ଜଣେ ଯୁବକ ସହ ଚାଟିଂ କରିବା ଆରମ୍ଭ କରିଥିଲେ । ଚାଟିଂ ସମୟରେ ଦୁହେଁ ଫଟୋ ଦିଆନିଆ ବି ହୋଇଥିଲେ । ଫଟୋ ଦେଖି ମହିଳା ଚିହ୍ନିପାରିଥିଲେ ଯେ, ଏ ହେଉଛି ସେହି ଯୁବକ ଯାହା ସହ ସେ ସମ୍ପର୍କ ରଖିଥିଲେ ।

ଏହା ପରେ ବି ମହିଳା ସେହି ଯବୁକ ସହ କଥା ହେଲେ ଓ ତା ପସନ୍ଦ-ନାପସନ୍ଦ ବିଷୟରେ ପଚାରିଥିଲେ । ଯୁବକ ବି ମହିଳାଙ୍କୁ ଚିହ୍ନିପାରିଲେ ଓ ତାଙ୍କ ପ୍ରତି କରିଥିବା ଅନ୍ୟାୟକୁ ନେଇ ଅନୁତାପ କରିଥିଲେ । ଯୁବକ ଜଣକ ୧୫ ବର୍ଷରୁ ଏଚଆଇଭି ପଜିଟିଭ ଥିବା ମହିଳାଙ୍କୁ କହିଥିଲେ । ସବୁ ଜାଣିବା ପରେ ମହିଳା ଜଣକ ଯୁବକଙ୍କୁ କ୍ଷମା କରି ନିଜର ଉଦାରତା ଦେଖାଇଥିଲେ ।

Get real time updates directly on you device, subscribe now.